ଫେଲ ମାରିଲା ବିଜେଡି ପ୍ଲାନ୍ !

Key Points
- ଚର୍ଚ୍ଚା ବଢାଇଲା India Today ଆକଳନ
- ଫେଲ ମାରିଲା କି ପାଣ୍ଡିଆନଙ୍କ ପ୍ଲାନ୍ ?
- ୩୨ ଅଛି, ୧୨ ବଢିଲେ ଖେଳ ଖତମ୍ ଚିନ୍ତାରେ ବିଜେଡି
ଅର୍ଗସ ବ୍ୟୁରୋ : ଭୋଟ ହାରକୁ ନେଇ ଇଣ୍ଡିଆ ଟୁଡେର ଆକଳନକୁ ନେଇ ଏବେ ରାଜ୍ୟରେ ପୁଣି ବଢ଼ିଲା ଚର୍ଚ୍ଚା । କାରଣ ୩୨ % ଅଛି, ଆଉ ୧୨ ପ୍ରତିଶତ ବଢ଼ିଲେ ଓଡ଼ିଶାରେ ବିଜେପି ସରକାର । ସେହିପରି ଲୋକସଭା କ୍ଷେତ୍ରରେ ୫ ପ୍ରତିଶତ ଭୋଟ ବଢ଼ିଲେ ୧୫ ଲୋକସଭା ଆସନ ଜିତିବ ବିଜେପି । ବିଧାନସଭାରେ ବି ପହଞ୍ଚିବ ମ୍ୟାଜିକ୍ ନମ୍ବର ପାଖାପାଖି । ସର୍ଭେ ରିପୋର୍ଟ ଦେଖିବା ପରେ ଗୋଟିଏ କଥା ଚର୍ଚ୍ଚା ମେଣ୍ଟ ଚାହୁଁଥିଲା କି ବିଜେଡି ? ମେଣ୍ଟ କରି ୧୦୦ ରୁ ୯୦ ଜିତିବାର ପାଣ୍ଡିଆନ ଯେଉଁ ପ୍ଲାନ କରିଥିଲେ ତାହା ବି ଫେଲ ମାରିଥିବା ଚର୍ଚ୍ଚା ହେଉଛି ।
ରାଜ୍ୟ ବିଧାନସଭା ଓ ଲୋକସଭାର ପର୍ସେଣ୍ଟେଜ୍ ଗଣିତକୁ ନେଇ ଏବେ ଭାରି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେର ରିପୋର୍ଟକୁ ଏବେ ବଢିଛି ଆଲୋଚନା । ଆକଳନ ଅନୁସାରେ, ଓଡ଼ିଶା ବିଧାନସଭା ନିର୍ବାଚନରେ ଯଦି ବିଜେଡିର ଭୋଟ ହାର ୩ ପ୍ରତିଶତ ହ୍ରାସ ପାଏ ଆଉ ଏଇ ଭୋଟ ବିଜେପିକୁ ଯାଏ, ତେବେ ଭାରତୀୟ ଜନତା ପାର୍ଟିର ଆସନ ସଂଖ୍ୟା ୨୩ ରୁ ୪୮ରେ ପହଞ୍ଚିବ । ସେହିଭଳି ଯଦି ବିଜେପିକୁ ୫ ପ୍ରତିଶତ ଅଧିକ ଭୋଟ ମିଳେ, ତେବେ ବିଜେପିର ବିଧାନସଭା ଆସନ ସଂଖ୍ୟା ପହଞ୍ଚିବ ୬୭ ରେ । ଆଉ ଯଦି ବିଜେପି ସପକ୍ଷରେ ୧୨ ପ୍ରତିଶତ ଭୋଟ ସ୍ଵିଙ୍ଗ ହୁଏ, ତେବେ ଦଳ ମ୍ୟାଜିକ ନମ୍ବର ପାର୍ କରିବା ସହ ଜିତିପାରେ ୭୫ ସିଟ୍ । ଏକାକି ସରକାର ବି ଗଠନ କରିବ ଭାରତୀୟ ଜନତା ପାର୍ଟି ।
📱 Get Argus News App
✨2019ରେ ବିଜେପିର ଭୋଟ ହାର 18 ପ୍ରତିଶତରୁ ବଢି ପହଞ୍ଚିଥିଲା 32 ପ୍ରତିଶତରେ। ଏଇ ହାରରେ ଭୋଟ ବଢିଲେ ଓଡ଼ିଶାରେ ସରକାର ଗଢିପାରେ ବିଜେପି । ସେହିଭଳି 2019 ଲୋକସଭାରେ ବିଜେପି 38 ପ୍ରତିଶତ ଭୋଟ ସହ ମୋଟ୍ 8 ଆସନରେ ବିଜୟ ଲାଭ କରିଥିଲା। ତେବେ ମେଣ୍ଟ ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିବା ନେଇ ସମ୍ଭାବନା ବଢିଛି, ଏନେଇ ଗୃହମନ୍ତ୍ରୀ ଅମିତ ଶାହା ବି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଏକ ସର୍ଭେ ଆଧାରରେ ନ୍ୟୁଜ୍ 18 ରିପୋର୍ଟ ଅନୁସାରେ ବିଜେପି ଏକାକୀ ନିର୍ବାଚନ ଲଢିଲେ ୭୦ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜୟ ଲାଭ କରିପାରେ । ସେହିଭଳି ଇଣ୍ଡିଆ ଟୁଡେର ପୋଲ୍ ଅଫ ଦି ନେସନ୍ ସର୍ଭେ କହୁଛି ଅଢେଇ ବର୍ଷରେ ନବୀନଙ୍କ ଲକୋପ୍ରିୟତା ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଉଛି । ତେଣୁ ବିଜେଡି ଏହି ସବୁ କାରଣରୁ ମେଣ୍ଟ ପାଇଁ ଆଗ୍ରହ ଥିବା ଚର୍ଚ୍ଚା ହେଉଛି । ୧୦୦ ବିଧାନସଭା ଆସନରେ ଲଢି ୯୦ରୁ ଅଧିକ ଜିତିବା ଚକ୍କରରେ ଥିଲା ବିଜୁ ଜନତା ଦଳ । ହେଲେ ପାଣ୍ଡିଆନଙ୍କ ପ୍ଲାନ ଫେଲ୍ ମାରିଲା ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟରେ ଏବେ ବିଜେଡିର ଲୋକପ୍ରିୟତା କମୁଥିବା ବେଳେ ବିଜେପିର ଲୋକପ୍ରିୟତା ବଢୁଛି । ତେଣୁ ଏଥିରୁ ଫାଇଦା ନେବାକୁ ଚକ୍ରାନ୍ତି କରିଥିଲା ବିଜେଡି । ହେଲେ ଏଥିରେ ପୂରା ଫ୍ଲପ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସମୟ କହିବ କେଉଁ ରାଜନୈତିକ ପାଣି କେଉଁ ଆଡ଼େ ଯାଉଛି ।
