Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଖେଳିବ ସିଧାଫାଇନାଲ !

Odisha

ଭାରତ ଖେଳିବ ସିଧାଫାଇନାଲ !

Manini Pattanayak
Browse all articles by Manini Pattanayak
·1 year ago·2 min read
ଭାରତ ଖେଳିବ ସିଧାଫାଇନାଲ !

ନୂଆଦିଲ୍ଲୀ: ଭାରତ ଖେଳିବ ସିଧା ଫାଇନାଲ।  କଥାଟି ଅଡୁଆ ଲାଗିଲେ ବି ସତ। ଟି-୨୦ ବିଶ୍ବକପ ସେମିଫାଇନାଲ ମ୍ୟାଚ୍ ନଖେଳି ଭାରତ ଖେଳିବ ସିଧା ବିଶ୍ବକପ ଫାଇନାଲ।  ସୁପର-୮ର ଶେଷ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ହରାଇବା ସହ ଦିନିକିଆ ବିଶ୍ୱକପ୍ ବଦଳା ନେଇଛି ଟି-୨୦ରେ,ପ୍ରବେଶ କରିଛି ସେମିରେ ଫାଇନାଲରେ।  ଜୁନ୍ ୨୭ ରେ ଭାରତ-ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସେମି ଫାଇନାଲ ମ୍ୟାଚ୍ । ସେମି ମ୍ୟାଚ୍ ନଖେଳି ଭାରତ ମଧ୍ୟ ହାତେଇବ ଫାଇନାଲ ଟିକେଟ୍। ଆଇସିସିର ନିୟମ ଅନୁସାରେ, ଯଦି ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୁଏ ତେବେ ଟିମ୍ ଇଣ୍ଡିଆ ସିଧା ପ୍ରବେଶ କରିବ ଫାଇନାଲରେ । ସେମି ଫାଇନାଲରେ ବର୍ଷା ହେଲେ ମଧ୍ୟ ଭାରତକୁ ଫାଇନାଲକୁ ଯିବାକୁ ଅଟକାଇପାରିବେନି କେହି, ଏଥର ବର୍ଷା ହେବ ଭାରତ ପାଇଁ ବେଶ୍ ଶୁଭଙ୍କର  ।

ମ୍ୟାଚ ନ ଖେଳି ପାରିଲେ ମଧ୍ୟ ଭାରତ ଫାଇନାଲକୁ ପ୍ରବେଶ କରିବାକୁ ସୁଯୋଗ ରହିଛି । ବର୍ଷା ହୋଇ ଯଦି ଖେଳ ବନ୍ଦ ରୁହେ ତେବେ ଭାରତ ସିଧା ଫାଇନାଲରେ ପ୍ରବେଶ କରିବ କାରଣ  ଭାରତ ପଏଣ୍ଟ ଟେବୁଲରେ ୬ପଏଣ୍ଟ ସହ ଶୀର୍ଷରେ ରହିଛି।  ୨୦୨୨ଟି-୨୦ ବିଶ୍ବକପରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ପରାସ୍ତ କରିବା ସହ  ଫାଇନାଲରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା।  ତେବେ ଭାରତ ଇଂଲଣ୍ଡ ବିପକ୍ଷରେ ସେମି ମ୍ୟାଚ୍ ଜିତି ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା। ୨୭ରେ ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା- ଆଫାଗାନିସ୍ତାନ ମୁହାଁମୁହିଁ ହେବାକୁ ଥିବାବେଳେ ଦ୍ବିତୀୟ ସେମିରେ ଭାରତକୁ ଭେଟିବ ଇଂଲଣ୍ଡ । ହିଟ୍ ମ୍ୟାନ୍ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଥିବାବେଳେ ବ୍ୟାଟି ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରୁଛି ଭାରତ। ଭାରତ ୧୦ ବର୍ଷହେଲା ଆଇସିସି ଟ୍ରଫି ମରୁଡି ପଡିଥିବାବେଳେ ରୋହିତଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ  ବିଶ୍ବକପ ଟ୍ରଫି ଧରିତୋଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।

ଅଧିକ ପଢନ୍ତୁ କ୍ରୀଡା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND beat AUS by 24 runs, set semifinal vs ENG | Argus News