ଟିକେଟ କଳାବଜାରୀଙ୍କୁ ଧରିଲା ପୋଲିସ, ଦୁଇ ଗିରଫ

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ପୂର୍ବରୁ ପୁଣି ଟିକେଟ କଳାବଜାରୀଙ୍କୁ ଧରିଲା ଦରଘା ବଜାର ଥାନା ପୋଲିସ। ଆଜି ଦୁଇ ଜଣ ଟିକେଟ କଳାବଜାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୧ ଟି ଟିକେଟ ସହ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି। ଦରଘା ବଜାର ଥାନା ଅଞ୍ଚଳରେ ଲୋକଙ୍କୁ ଧାର୍ଯ୍ୟ ଦର ଠାରୁ ଚଢା ଦରରେ ଟିକେଟ ବିକ୍ରୀ କରୁଥିଲେ କଳାବଜାରୀ।
ପୂର୍ବରୁ ମଧ୍ୟ ଟିକେଟ କଳାବଜାରୀ ନେଇ 7 ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫଙ୍କ ଠାରୁ ୨୫ଟି ଟିକେଟ୍ ସହ ୩୦ ହଜାର ଟଙ୍କା, ମୋବାଇଲ୍ ଏବଂ ବାଇକ୍ ଜବତ କରିଥିଲା ପୋଲିସ । ଟିକେଟ୍ କଳାବଜାରୀ ନେଇ ଦରଘା ବଜାର ଥାନାରେ ଗୋଟିଏ ଏତଲା ହୋଇଥିଲା । ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ଟି ଟିକେଟ୍ ସହ ୩୦ ହଜାର ଟଙ୍କା ଜବତ କରାଯାଇଥିଲା ।
📱 Get Argus News App
✨ସେହିଭଳି କଟକ କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ଏତଲା ହୋଇଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫଙ୍କ ଠାରୁ ୧୭ଟି ଟିକେଟ୍ ସହ ୩ଟି ମୋବାଇଲ୍ ଓ ୨ଟି ବାଇକ୍ ଜବତ କରିଥିଲା ପୋଲିସ । ୭୦୦ ଟଙ୍କିଆ ଟିକେଟ୍କୁ ୩ ହଜାର ଟଙ୍କାରେ ବିକ୍ରି ବେଳେ ସାଦା ପୋଷାକଧାରୀ ପୋଲିସ ମାଡ଼ି ବସିଥିଲା । ୧୧୦୦ ଟଙ୍କିଆ ଟିକେଟ୍କୁ ୫ ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି ।