Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - 'ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ'

Odisha

'ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ'

Smruti Parija
Browse all articles by Smruti Parija
·2 years ago·1 min read
'ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ'

ଅର୍ଗସ ବ୍ୟୁରୋ: ସବୁଠି ଓଡିଆଙ୍କ ଦବଦବା । ବିଶ୍ୱ ଦରବାରରେ ବଢୁଛି ଓଡିଆଙ୍କ ଦବଦବା । ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଦକ୍ଷ ପ୍ରଶିକ୍ଷକ ବାହାରିଲେ ପିଲାଙ୍କ ଦକ୍ଷତା ବଢ଼ିବ । ଆଗାମୀ ଦିନରେ ଆମ ଓଡିଆ ପିଲା ଚାକିରି ଦେବେ । ଧର୍ମପଦ ହେବେ । ନୂଆ କୋଣାର୍କ ଦେବେ । 

ଆଜି ଏପରି କହି ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ସମୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଭାଷଣ ପିଲାମାନଙ୍କ ମନରେ ଏକ ଅଭୂତ ପୂର୍ବ ଉତ୍ସାହ ଭରି ଦେଇଥିଲା । ପିଲାଙ୍କ ମନରେ ଏକ ଜୋସ୍ ଆସିଥିଲା । ପାଠ ପଢି ଚାକିରି କରି ନିଜ ପାଇଁ ଓଡିଆ ଜାତି ପାଇଁ କିଛି କରି ଦେଖାଇବାର ଇଚ୍ଛା ଛାତ୍ରଛାତ୍ରୀଙ୍କ ସ୍ୱରରେ ସ୍ପଷ୍ଟ ବାରି ହୋଇପଡୁଥିଲା । କର ତାଳିରେ ଫାଟି ପଡୁଥିଲା ପୁରା ଅଞ୍ଚଳ ।  

ଜଟଣୀର ପଦନପୁରରେ NSTIର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଆଗକୁ ବଢ଼ି ଚାକିରି ଦେବାର ମାନସିକତା ରଖିବାକୁ ପିଲାଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ଆଜିର ସିଶୁ କାଲିର ଭବିଷ୍ୟତ । ଆମ ଗହଣରେ ଉପସ୍ଥିତ ପିଲା ଆଗାମୀ ଦିନରେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ବି ହୋଇପାରନ୍ତି । ଏଟି ଅସମ୍ଭବ କିଛି ବି ନୁହେଁ । ଚେଷ୍ଟା କଲେ ସବୁ ସମ୍ଭବ । ଜଣେ ସାଧାରଣ ଘରର ମଣିଷ ବି ଶ୍ରେଷ୍ଠ ଆସନରେ ବସି ପାରେ । ଦେଶର ନେତୃତ୍ତ୍ୱ ନେଇପାରେ । ଯାହାକୁ ପ୍ରମାଣ କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମୟ ବଦଳୁଛି । ପାରିପାର୍ଶ୍ୱିକ ପରିସ୍ଥିତି ବଦଳୁଛି । ଲୋକେ ପରିବର୍ତ୍ତନକୁ ବି ଆପଣାଉଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳର ପିଲା ରାଜ୍ୟ ନୁହେଁ, ଦେଶ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନେତୃତ୍ତ୍ୱ ନେବେ ବୋଲି କହିଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ । 


 

Painting
Sponsored
India will develop if Odisha develops-said-dharmendra-pradhan | Argus News