୩୩ ବଲ୍ ବାକି ଥାଇ ୪ ୱିକେଟ୍ରେ ଜିତିଲା ଭାରତ

Key Points
ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍ରେ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଅଲଆଉଟ୍ ହୋଇ ୩୦୪ ରନ୍ କରିଥିଲା ।
କଟକ: ବାରବାଟିରେ ଭାରତର ବଡ଼ ବିଜୟ । ଗୋଟିଏ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍ରେ ଜିତି ନେଇଛି । ୩୩ ବଲ୍ ପୂର୍ବରୁ ଭାରତ ମ୍ୟାଚ ଜିତିଛି । ୪୪.୩ ଓଭରରେ ଭାରତ ୬ ୱିକେଟ୍ ହରାଇ ୩୦୮ ରନ୍ କରି ବାରବାଟି ମ୍ୟାଚକୁ ହାତେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଅଲଆଉଟ୍ ହୋଇ ୩୦୪ ରନ୍ କରିଥିଲା ।
୩୦୫ ରନ୍ର ପିଛା କରୁଥିବା ଭାରତକୁ ବଳ ଦେଇଥିଲା ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ୧୧୯ ରନ୍ର ପାଳି । ରନ୍ ମେସିନ୍ ରୋହିତ ଶର୍ମା ୭୬ ବଲରେ ଶତକୀୟ ପାଳି ଖେଳି ଇଂଲଣ୍ଡ ବୋଲରଙ୍କୁ ଧୁଲେଇ କରିଥିଲେ । ୭୬ଟି ବଲ୍ରେ ୭ ଛକ୍କା ଓ ୯ ଚୌକା ଜରିଆରେ ରୋହିତ ଶର୍ମା ଶତକୀୟ ପାଳି ଖେଳି ତାଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ।
📱 Get Argus News App
✨ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ୩୦୫ ରନ୍ର ପିଛା କରି ଭାରତ ପକ୍ଷରୁ ଓପନିଂ କରିଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ୍ । ୫୨ ବଲ୍ରେ ଗୋଟିଏ ଛକ୍କା ଓ ୯ ଚୌକା ମାରି ଆଉଟ୍ ହୋଇଥିଲେ ଶୁବମନ୍ ଗିଲ୍ । ଏହା ପରେ ବିରାଟ କୋହଲି ଆସିଥିଲେ ବି ଫ୍ଲପ୍ ହୋଇଥିଲେ । ୮ଟି ବଲ୍ରେ ଗୋଟିଏ ଚୌକା ସହ ମାତ୍ର ୫ ରନ୍ କରି ବିରାଟ ପ୍ୟାଭିଲିୟନ୍ ଫେରିଥିଲେ ।
କିନ୍ତୁ ବାରବାଟୀ ଦେଖିଥିଲା ରୋହିତଙ୍କ ରନ୍ ବର୍ଷା । ଆରମ୍ଭରୁ ଆଟାକିଂ ମୁଡ୍ରେ ଥିଲେ ହିଟ୍ ମ୍ୟାନ୍ ଭାବେ ପରିଚିତ ରୋହତ ଶର୍ମା । ୯୦ ବଲ୍ରେ ୮ ଛକ୍କା ଓ ୧୨ ଚୌକା ମାରି ୧୧୯ ରନ୍ ସ୍କୋର୍ କରିଥିବା ରୋହିତ କ୍ୟାଚ୍ ଆଉଟ୍ ହୋଇଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ୍ ଅପରାଜିତ ୪୧ ରନ୍, ଶୁବମନ ଗିଲ୍ ୬୦ ରନ, ଶ୍ରେୟସ ଆୟର ୪୪ ରନ୍ କରିଛନ୍ତି ।