ନୌସେନାର ଦିବସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା
·1 year ago

ଅର୍ଗସ ବ୍ୟୁରୋ: ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ରହିଛି ଗୌରବମୟ ଐତିହ୍ୟ । ଭାରତର ନୌଯାତ୍ରାରେ ଓଡିଶା ଅଗ୍ରଣୀ ଭୂମିକା ନେଇଥିଲା । ଆଉ ଏହି ପରମ୍ପରାକୁ ଆଗକୁ ବଢାଇଛି ଭାରତୀୟ ନୌସେନା। ବିଶ୍ବର ବିଭିନ୍ନ ଦେଶ ସହ ସମ୍ପର୍କ ସ୍ଥାପନ କରିବା ସହ ଦେଶକୁ ଯୋଗାଇ ଆସୁଛି ସୁରକ୍ଷା। ଆସନ୍ତା ଚାରି ତାରଖରେ ନୌସେନା ଦିବସର ଅବସରରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌଯାତ୍ରା, ନୌବାଣିଜ୍ୟ ପରମ୍ପରା ସହ ନୌସେନାର ଦକ୍ଷତା ଓ ସାମର୍ଥ୍ୟ ପ୍ରଦର୍ଶିତ ହେବ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: