Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର

Odisha

ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର

ଅର୍ଗସ ବ୍ୟୁରୋ:  ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର । ଏଥିପାଇଁ ପୁରୀ ଉପକୂଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ନୌସେନାର ଯୁଦ୍ଧ ଜାହାଜ ପୁରୀ ଉପକୂଳ ମୁହାଁ ହୋଇଥିବାବେଳେ ସ୍ଥଳ ସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ବି ବେଳାଭୂମିରେ ପହଞ୍ଚିଛି । ବିଏମ୍ ପି ନାମକ ଏହି ଟ୍ୟାଙ୍କର ବି ପ୍ରଦର୍ଶନରେ ସାମିଲ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି । ପ୍ରଥମ ଥର ଓଡ଼ିଶା ଉପକୂଳରେ ପାଳିତ ହେବ ନୌସେନା ଦିବସ ।

ନୌସେନାର ୨୪ଟି ଯୁଦ୍ଧ ପୋତ ଏବଂ ୪୦ଟି ଏୟାର କ୍ରାଫ୍ଟ ଯୁଦ୍ଧ କୌଶଳର ପ୍ରଦର୍ଶନ କରିବେ । ନୌସେନା ଅପରେସନାଲ ଡେମୋ ଦେଖାଇବ । ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅଫ୍ ଡେମୋ ଶୋ ଦେଖାଇବେ । ଏଥିସହ ଲେଜର ଶୋର ବି ଆୟୋଜନ କରାଯାଇଛି। ନୌସେନା ଦିବସ ସମାରୋହରେ ସାମିଲ ହେବେ ତିନି ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ମୋଟ ସାଢ଼େ ସାତ ହଜାର ଅତିଥି ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Navy's super show to be seen in Puri | Argus News