Videos
|
Odisha

ବାଘୁଣୀ ଜୀନ୍ନତ୍ ପାଇଁ ଏବେ ଝାଡ଼ଖଣ୍ଡରେ ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି

Smruti Parija
Browse all articles by Smruti Parija
·1 year ago·1 min read
ବାଘୁଣୀ ଜୀନ୍ନତ୍ ପାଇଁ ଏବେ ଝାଡ଼ଖଣ୍ଡରେ ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି

ଅର୍ଗସ ବ୍ୟୁରୋ: ବାଘୁଣୀ ଜୀନ୍ନତ୍ ପାଇଁ ଏବେ ଝାଡ଼ଖଣ୍ଡରେ ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି । ବାଘୁଣୀ ବିଚରଣ କରୁଥିବା ହେତୁ ଉକ୍ତ ଅଞ୍ଚଳରେ ଜନଶୁନ୍ୟ ବା ନିଷେଧାଜ୍ଞା ପାଇଁ ଗତ ୧୧ତାରିଖରୁ 'ଚିଆବାଘୀ' ସହିତ ଅନ୍ୟ ତିନୋଟି ଗ୍ରାମରେ ଏହି BNSS-163 (ଭାରତୀୟ ନ୍ୟାୟ ସଂହିତା ୧୬୩) ପୂର୍ବରୁ ଥିବା ୧୪୪ ଧାରା ସହ ପ୍ରାୟ ସମାନ ଧାରାକୁ ପ୍ରଣୟନ କରାଯାଇଛି । ଗୋଟିଏ ପଟେ କହିବାକୁ ଗଲେ ବାଘୁଣୀ ଜୀନ୍ନତ୍ ପାଇଁ ଅସ୍ତବ୍ୟସ୍ତ ହୋଇପଡିଲାଣି ଝାଡ଼ଖଣ୍ଡର ଚାକୁଳିଆ ବନାଞ୍ଚଳ ଅଞ୍ଚଳର ଜନଜୀବନ । ଆଜକୁ ୬ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ୍। ଫେରିବାର ନାଁ ନେଉନି । 

ଆଉ ଏଥିପାଇଁ ନକେଦମ୍ ହେଲେଣି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୁରା ଟିମ୍। ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ଦେଇଥିବା ମଇଁଷି ଥୋପ ବି କାମ ଦେଲାନି। ବର୍ତ୍ତମାନ ସୁଦ୍ଧା ବିଭାଗର ସବୁ ପ୍ରୟାସ ଫେଲ ମାରିଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଚିନ୍ତାରେ ବିଭାଗ। ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ରହିଛି । ଯାହା ମଣିଷ ଓ ବାଘୁଣୀ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । 

ଅଧିକ ପଢ଼ନ୍ତୁ: ଆସନ୍ତା ମାସରେ ଆରମ୍ଭ ହେବ ପକ୍ଷୀ ଗଣନା

ବାଘୁଣୀ ଭୟରେ ସ୍ଥାନୀୟ ଅଞ୍ଚଳରେ ଗତ ଦୁଇଦିନ ଧରି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଥିବା ଜଣାପଡିଛି। ତେଣୁ ବର୍ତ୍ତମାନ ସମୟରେ ଉକ୍ତ ସ୍ଥାନରୁ ଯଥାଶିଘ୍ର ଵଘୁଣୀକୁ  ଉଦ୍ଧାର କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଥିବା ବେଳେ ଓଡିଶାରୁ ଯାଇଥିବା ବନବିଭାଗର ସ୍ବତନ୍ତ୍ର ଟିମ୍ ମଧ୍ୟ ଜିନ୍ନତ୍ କୁ ଶିମିଳିପାଳ ଫେରାଇ ଆଣିବା ପାଇଁ ଦିନରାତି ଲାଗି ରହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indian Penal Code Section 163 issued in Jharkhand for tigress Zeenat | Argus News