Videos
|
Odisha

ସୁଦୃଢ ହେଉଛି ଭାରତୀୟ ମୁଦ୍ରା  

Manini Pattanayak
Browse all articles by Manini Pattanayak
·2 years ago
ସୁଦୃଢ ହେଉଛି ଭାରତୀୟ ମୁଦ୍ରା  

ନୂଆଦିଲ୍ଲୀ: ସୁଦୃଢ ହେଉଛି ଭାରତୀୟ ମୁଦ୍ରା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ରୁପି ସୁଦୃଢ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ତିନି ମାସ ଭିତରେ ଆମେରିକୀୟ ଡଲାର ତୁଳନାରେ ମଜଭୁତ ସ୍ଥିତିକୁ ଆସିବ ଭାରତୀୟ ମୁଦ୍ରା। ଅନ୍ତର୍ଜାତୀୟ ସଂସ୍ଥା ରଏଟର୍ସ ପକ୍ଷରୁ ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଯେଉଁଥିରେ ଦର୍ଶାଯାଇଛି କି ସ୍ଥିରତା ଆଣିବା ସହ ରୁପିର ସ୍ଥିତି ମଜଭୁତ କରିବାକୁ ଅନ୍ତର୍ଜାତୀୟ ପାଣ୍ଠିର ଉପଯୋଗ କରୁଛି RBI। ଯାହା ଫଳରେ ରୁପିର ସ୍ଥିତିରେ ଦେଖିବାକୁ ମିଳିଛି ସକାରାତ୍ମକ ପରିବର୍ତ୍ତନ। ଅନ୍ତର୍ଜାତୀୟ ବଜାରରେ ଯେଉଁଠି ଅନ୍ୟ ଆଗକୁ ଆସୁଥିବା ମୁଦ୍ରାର ସ୍ଥିତି ଡଲାର ତୁଳନାରେ ଦୁର୍ବଳ ହୋଇଛି ସେଇଠି ଭାରତୀୟ ମୁଦ୍ରା ନିଜର ମଜଭୁତ ସ୍ଥିତି ଜାହିର କରିଛି। ଏଥିରେ ଡଲାର ତୁଳନାରେ ହ୍ରାସ ମାତ୍ର 0.5 ପ୍ରତିଶତ ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: