Itdc Celebration / ଭାରତର ପର୍ଯ୍ୟଟନ ବିକାଶରେ ଆଇଟିଡିସି ଏକ ମାଇଲଖୁଣ୍ଟ
·5 months ago·2 min read

Key Points
ଭାରତର ପର୍ଯ୍ୟଟନ ବିକାଶରେ ଆଇଟିଡିସି ଏକ ମାଇଲଖୁଣ୍ଟ: ମନ୍ତ୍ରୀ
କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍
ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ୬୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ଭାରତର ଆତିଥ୍ୟ ପ୍ରଦାନ ସବୁବେଳେ ରହି ଆସିଛି। ଏହାକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ବା ITDC ର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଏଥିସହ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଦେଶର ବହୁମୁଖୀ ଗ୍ରୋଥ୍ ଇଞ୍ଜିନ ଭାବେ ଉଭା ହୋଇଛି । ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ୬୦ ବର୍ଷ ପୂର୍ତ୍ତି ଏବଂ ଅଶୋକ ହୋଟେଲର ୭୦ ବର୍ଷ ପୂର୍ତ୍ତିରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ।
ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ। ହେଉଛି ଏକ ବହୁମୁଖୀ ଗ୍ରୋଥ୍ ଇଞ୍ଜିନ୍ । ନୂଆଦିଲ୍ଲୀ ଅଶୋକ ହୋଟେଲ କନଭେନସନ ସେଣ୍ଟରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ । ଭାରତ ପର୍ଯ୍ୟଟନ ବିକାଶ ନିଗମ ତଥା ITDC ର 60 ବର୍ଷ ପୂର୍ତ୍ତି ଏବଂ ଅଶୋକ ହୋଟେଲ ର 70 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସାମିଲ୍ ହୋଇଥିଲେ ।
ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ଗଜେନ୍ଦ୍ର ସିଂହ ଶେଖାୱତ୍ ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସମୟରେ ITDC "ଭାରତର ପର୍ଯ୍ୟଟନ ଏବଂ ଆତିଥ୍ୟ ଇକୋସିଷ୍ଟମ ଅଭିବୃଦ୍ଧି ଇଞ୍ଜିନ" ଭାବରେ କାର୍ଯ୍ୟ କରୁଛି। ଆଜି ଦେଶର ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚଲୋ ଦେଖୋ ଆପନା ଦେଶ କାର୍ଯ୍ୟକ୍ରମ ହେଉ କିମ୍ବା ବିକଶିତ ଭାରତ ଏଜେଣ୍ଡା ସବୁବେଳେ ITDC ନିଜର ଅବଦାନ ଦେଉଥିବା ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆମ ପାଖରେ ଥିବା ସମ୍ଭାବନା କୁ ଦେଖି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଅଶୋକ ହୋଟେଲ ଏବଂ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ସ୍ୱତନ୍ତ୍ର ଡାକ ଟିକେଟ, ପୋଷ୍ଟ କାର୍ଡ ଉନ୍ମୋଚନ ହୋଇଥିଲା । ଏଥିସହ ସମ୍ରାଟ ସୁଇମିଂ ପୁଲ, ଐରାବତ, ଐଶ୍ୟର୍ଯ୍ୟ ବଗିଚାର ଉଦଘାଟନ କରାଯାଇଥିଲା । ଅନେକ ସ୍ଥାନରେ ଲାଇଟ୍ ଆଣ୍ଡ ସାଉଣ୍ଡ ନେଇ ଯେଉଁ ଟିଜର ରିଲିଜ ହୋଇଥିଲା ତା ମଧ୍ୟରେ ଓଡ଼ିଶାର ଖଣ୍ଡଗିରି - ଉଦୟଗିରି ଅନ୍ତର୍ଭୁକ୍ତ।
ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ 1966 ମସିହାରେ ଗଠନ ହୋଇଥିଲା। ଦେଶା ପର୍ଯ୍ୟଟନର ବିକାଶ ପାଇଁ ଏହି ନିଗମ ଗଠନ ହୋଇଥିଲା। ଏହି ନିଗମ ଭାରତୀୟ ପର୍ଯ୍ୟଟନକୁ ବିଶ୍ବ ଦରବାରରେ ପରିଚିତ କରାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories