Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇନ୍ଦୋର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ମୃତ୍ୟୁ ସସପେନ୍ସ: ମିଳୁନି ପତ୍ନୀଙ୍କ ପତ୍ତା

Rashmita Mishra
Browse all articles by Rashmita Mishra
·1 year ago·1 min read
ଇନ୍ଦୋର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ମୃତ୍ୟୁ ସସପେନ୍ସ:  ମିଳୁନି ପତ୍ନୀଙ୍କ ପତ୍ତା

Key Points

ରାଜାଙ୍କ ପତ୍ନୀ ନିଖୋଜ
ଇନ୍ଦୋର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ମୃତ୍ୟୁ ସସପେନ୍ସ
ରାଜାଙ୍କ ପତ୍ନୀ ସୋନମଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳୁନି
ମେ ୨୨ରେ ରାଜା ଓ ତାଙ୍କ ପତ୍ନୀ ସିଲଂ ଯାଇଥିଲେ
ମେ ୧୧ରେ ରାଜା ଓ ସୋନମଙ୍କ ବିବାହ ହୋଇଥିଲା
ଦମ୍ପତିଙ୍କ ସିଲଂ ଗସ୍ତକୁ ନେଇ ବଢୁଛି ସସପେନ୍ସ

ଇନ୍ଦୋର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀଙ୍କ ଏବେ ବି କୌଣସି ଖୋଜ ଖବର ମିଳୁନାହିଁ । ୨୨ ମେ'ରେ ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ ସିଲଂକୁ ହନିମୁନ ପାଇଁ ଯାଇଥିଲେ । କିନ୍ତୁ ତା ପରେ ହଠାତ୍ ସେମାନେ ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ପରେ ସେମାନଙ୍କ ଗାଡିକୁ ରାସ୍ତା କଡରୁ ଠାବ କରାଯାଇଥିଲା। ପରେ ରାଜା ରଘୁବଂଶୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । କିନ୍ତୁ ତାଙ୍କ ପତ୍ନୀ ସୋନମଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ । ସୋନମଙ୍କ ରେନକୋଟ୍ ମିଳିଛି । ରାଜା ଓ ସୋନମଙ୍କ ବିବାହ ମେ ୧୧ରେ ହୋଇଥିଲା । ସେମାନେ ବେଙ୍ଗାଲୁରୁ ଦେଇ ଆସାମର ଗୌହାଟି ବୁଲିବାକୁ ପ୍ରଥମେ ପ୍ଳାନିଂ କରିଥିଲେ । କିନ୍ତୁ କେଉଁ ପରିସ୍ଥିତିରେ ସେମାନେ ସିଲଂ ବୁଲିବାକୁ ଗଲେ ସେ ନେଇ ପରିବାରପକ୍ଷରୁ ସନ୍ଦେହ ଉପୁଜିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indore-transport-businessman-raja-raghuvanshis-death-suspense-wifes-address-not-found | Argus News