Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବରଙ୍ଗପୁର ଭରସାରେ କଳାହାଣ୍ଡିର ଇନ୍ଦ୍ରାଵତୀ ବୁଡ଼ି ଅଞ୍ଚଳ

Odisha

ନବରଙ୍ଗପୁର ଭରସାରେ କଳାହାଣ୍ଡିର ଇନ୍ଦ୍ରାଵତୀ ବୁଡ଼ି ଅଞ୍ଚଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନବରଙ୍ଗପୁର ଭରସାରେ କଳାହାଣ୍ଡିର ଇନ୍ଦ୍ରାଵତୀ ବୁଡ଼ି ଅଞ୍ଚଳ

Key Points

ଦେହ କଳାହାଣ୍ଡିରେ ମନ ନବରଙ୍ଗପୁରରେ
ନବରଙ୍ଗପୁର ଭରସାରେ କଳାହାଣ୍ଡିର ଇନ୍ଦ୍ରାଵତୀ ବୁଡ଼ି ଅଞ୍ଚଳ
ରାସ୍ତା ତ ଦୂରର କଥା ଭାଷା ବି ଭୁଲିଗଲେଣି
କେବଳ ଆଧାରକାର୍ଡ ହିଁ ଦଉଛି କଳାହାଣ୍ଡିଆର ପରିଚୟ
ବିକାଶର ଦ୍ୱାହି ଦେଇ ବୁଡ଼ି ଅଞ୍ଚଳବାସୀଙ୍କୁ ପ୍ରତାରଣା

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର । କିନ୍ତୁ ଏହି ବ୍ଲକର ଇନ୍ଦ୍ରାଵତୀ ବୁଡି ଅଞ୍ଚଳବାସୀ ଏବେବି ନବରଙ୍ଗପୁର ଜିଲ୍ଲା ଉପରେ ଭରଷା କରନ୍ତି । ପାଦେପାଦେରେ ବିପଦ ଥିବା ଜାଣି ମଧ୍ୟ କୌଣସି କାମ ପଡ଼ିଲେ ଜଳଭଣ୍ଡାରରେ ଡ଼ଙ୍ଗା ପାର ହେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସେ । ବ୍ଲକ ମୁଖ୍ୟାଳୟକୁ ରାସ୍ତା ତ ଦୂରର କଥା ଭାଷା ମଧ୍ୟ ଭୁଲିଗଲେଣି ଏଠାକାର ଆଦିବାସୀ । ପରିତାପର ବିଷୟ କଳାହାଣ୍ଡି ଜିଲ୍ଲାର ସ୍ଵତନ୍ତ୍ର ଭାଷା ଥିବା ବେଳେ ଏହି ବୁଡି ଅଞ୍ଚଳବାସୀ ନବରଙ୍ଗପୁର, କୋରାପୁଟର ଭାଷା କହୁଛନ୍ତି । କେବଳ ଆଧାରକାର୍ଡ ହିଁ ଥୁଆମୂଳ ରାମପୁରବ୍ଲକ ବାସୀଙ୍କ ପରିଚୟ ଦେଉଛି ।

ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟକୁ ଆସିବାକୁ ହେଲେ ଏହି ଅଞ୍ଚଳବାସୀଙ୍କୁ ୬୦ ରୁ ୭୦ କିଲୋମିଟର ଆସିବାକୁ ପଡେ । ଇନ୍ଦ୍ରାବତୀ ବୁଡି ଅଞ୍ଚଳରେ ନା ଡାକ୍ତରଖାନାର ସୁବିଧା ଅଛି ନା ବଜାର ଵ୍ୟଵସ୍ଥାର ସୁବିଧା ଅଛି । ସରକାର ବଦଳୁଛନ୍ତି, ରାଜନେତା ବଦଳୁଛନ୍ତି,ନିର୍ବାଚିତ ପ୍ରତିନିଧି ମଧ୍ୟ ବଦଳୁଛନ୍ତି ହେଲେ ବଦଳି ପାରୁନାହିଁ ବୁଡି ଅଞ୍ଚଳବାସୀଙ୍କ ଭାଗ୍ୟ ।

ସରକାରୀ ସ୍ତରରେ ମଧ୍ୟ ଏହି ଜଳବନ୍ଦୀ ଅଞ୍ଚଳକୁ ଅଣଦେଖା କରାଯାଉଛି । କୌଣସି ରାଜନେତା କି ପ୍ରଶାସନ ଯାଉନଥିବାରୁ ଧୀରେ ଧୀରେ ବଦଳିବାରେ ଲାଗିଛନ୍ତି ବୁଡି ଅଞ୍ଚଳର ଆଦିବାସୀ । ୨୪ ବର୍ଷର ସ୍ଥାୟୀ ବିଜେଡି ସରକାର ବୁଡି ଅଞ୍ଚଳବାସୀଙ୍କ ଦୁଃଖକୁ ବୁଝିପାରିଲା ନାହିଁ । ବର୍ତ୍ତମାନର ନୂଆ ସରକାର ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ଦୁଃଖ ବୁଝିପାରିବେ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indravati-budi-area-of-​​kalahandi-in-nabarangpur | Argus News