Videos
|
Odisha

Indravati Dam / ୭ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ଗେଟ୍….୬୩୦ ଫୁଟ୍‌ରେ ହୀରାକୁଦ ଜଳସ୍ତର

Ritu Das
Browse all articles by Ritu Das
·1 hour ago·3 min read
୭ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ଗେଟ୍….୬୩୦ ଫୁଟ୍‌ରେ ହୀରାକୁଦ ଜଳସ୍ତର
India

Key Points

୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍, ୦.୫ ମିଟର ଖୋଲାଯାଇ ଆରମ୍ଭ ହେଲା ଜଳ ନିଷ୍କାସନ
ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା; ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଜଳଭଣ୍ଡାରଗୁଡ଼ିକର ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ। ସମ୍ଭାବ୍ୟ ବର୍ଷା ଓ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ଦୀର୍ଘ ୭ ବର୍ଷ ପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ସର୍ବୋଚ୍ଚ ନିର୍ଦ୍ଧାରିତ ସୀମା ୬୩୦ ଫୁଟ୍‌ରେ ପହଞ୍ଚିଛି। ଏହାକୁ ନଜରରେ ରଖି ତଳିଆ ଅଞ୍ଚଳ ଓ ଜଳଭଣ୍ଡାରର ଜଳ ପ୍ରବେଶ-ନିଷ୍କାସନ ଉପରେ କଡ଼ା ନଜର ରଖାଯାଇଛି।

ଏହାସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଭୟ! ଓଡ଼ିଶା ସମେତ ଅନେକ ରାଜ୍ୟକୁ IMDର ବଡ଼ ସତର୍କତା

ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ । ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ । ସମୁଦାୟ ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ । ଦୀର୍ଘ ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ଗେଟ ।. ଲଘୁଚାପର ସମ୍ଭାବ୍ୟ ପ୍ରଭାବ ଏବଂ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛି ଜଳସମ୍ପଦ ବିଭାଗ। ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇଛି.. ଫଳରେ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଗେଟ ଖୋଲିବା ସମୟରେ ଜଳସ୍ତର ରହିଥିଲା ୬୪୦.୨୯ ମିଟର ।

ସେପଟେ ବଢ଼ୁଛି ହୀରାକୁଦ ଡ୍ୟାମ ଜଳସ୍ତର । ୬୩୦ ଫୁଟ୍‌ ସହ ସର୍ବୋଚ୍ଚ ଜଳସ୍ତର ଛୁଇଁଲା ଡ୍ୟାମର ପାଣି । ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍‌ ରହିଛି । ଏହା ଜଳଭଣ୍ଡାରର ସର୍ବୋଚ୍ଚ ନିର୍ଦ୍ଧାରିତ ଜଳଧାରଣ ସ୍ତର । ଜଳଭଣ୍ଡାରକୁ ସେକେଣ୍ତ ପ୍ରତି ୫୩ ହଜାର ୩୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ତ ପ୍ରତି ୩୪ ହଜାର ୩୩୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର କୌଣସି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇନାହିଁ । ସ୍ପିଲ୍‌ୱେ ଦେଇ ମଧ୍ୟ ଜଳ ନିଷ୍କାସନ ହେଉନାହିଁ। ପାୱାର ଚ୍ୟାନେଲ୍‌, ଶିଳ୍ପାନୁଷ୍ଠାନ ଓ ବିଭିନ୍ନ କେନାଲ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ନିର୍ଦ୍ଧାରିତ ସୀମାରେ ରହିଥିବାରୁ ଜଳ ପ୍ରବେଶ ଓ ନିଷ୍କାସନ ଉପରେ ନଜର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା । ସକାଳ ୫ଟା ୩୦ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଲଘୁଚାପଟି ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ୨୨ରୁ ୨୪ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ 8 ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।

  • କାହିଁକି ଖୋଲାଗଲା ଗେଟ୍?

ବର୍ତ୍ତମାନ ରାଜ୍ୟରେ ଲଘୁଚାପର ପ୍ରଭାବ ରହିଛି ଏବଂ ଆଗାମୀ ଦିନରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜଳଭଣ୍ଡାରକୁ ଅଧିକ ପରିମାଣରେ ଜଳ ପ୍ରବେଶ କଲେ ଜଳସ୍ତର ଦ୍ରୁତ ବଢ଼ିପାରେ। ତେଣୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ କିଛି ପରିମାଣର ଜଳ ନିଷ୍କାସନ କରାଯାଉଛି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳଭଣ୍ଡାରରେ ଆଗାମୀ ବର୍ଷାରୁ ଆସିବାକୁ ଥିବା ଅତିରିକ୍ତ ଜଳ ପାଇଁ ଆବଶ୍ୟକ ସ୍ଥାନ ସୃଷ୍ଟି କରିବା। ଏହାଦ୍ୱାରା ହଠାତ୍ ଅଧିକ ଜଳ ପ୍ରବେଶ କଲେ ଜଳଭଣ୍ଡାର ଉପରେ ଚାପ କମାଇବାରେ ସହାୟତା ମିଳିପାରେ।

  • ତଳିଆ ଅଞ୍ଚଳବାସୀଙ୍କୁ ସତର୍କତା

ଗେଟ୍ ଖୋଲିବା ପରେ ତଳମୁଣ୍ଡ ଅଞ୍ଚଳରେ ଜଳ ପ୍ରବାହ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି। ଜଳ ନିଷ୍କାସନ ସମୟରେ ନଦୀ ଓ ଜଳାଶୟ ନିକଟକୁ ନଯିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି।