Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗ୍ୟାସ୍ ଅଭାବରେ ବଜାରରେ ବଢ଼ିଲା ଇଣ୍ଡକ୍ସନ ଚୁଲା ବିକ୍ରି

Odisha

Induction / ଗ୍ୟାସ୍ ଅଭାବରେ ବଜାରରେ ବଢ଼ିଲା ଇଣ୍ଡକ୍ସନ ଚୁଲା ବିକ୍ରି

Rashmita Mishra
Browse all articles by Rashmita Mishra
·2 months ago·2 min read
ଗ୍ୟାସ୍ ଅଭାବରେ ବଜାରରେ ବଢ଼ିଲା ଇଣ୍ଡକ୍ସନ ଚୁଲା ବିକ୍ରି
Induction

Key Points

ଆଉ ମିଳୁନି ଇଣ୍ଡକ୍ସନ ।
ଗ୍ୟାସ୍ ଅଭାବରେ ବଜାରରେ ବଢ଼ିଲା ଇଣ୍ଡକ୍ସନ ଚୁଲା ବିକ୍ରି । 

ଏଲପିଜି ସଙ୍କଟ ଭିତରେ ଦେଶରେ ବଢ଼ିଲା ଇଣ୍ଡକ୍ସନ ଚୁଲାର ଚାହିଦା । ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ୁଥିବାରୁ ସାରା ଭାରତରେ ଇଣ୍ଡକ୍ସନ କୁକଟପର ଚାହିଦା ବହୁତ ବଢ଼ିଯାଇଛି । ଅନେକ ଅନଲାଇନ ପ୍ଲାଟଫର୍ମରେ ଇଣ୍ଡକ୍ସନ ଚୁଲା ଏବେ 'ଆଉଟ୍ ଅଫ୍ ଷ୍ଟକ୍' ହୋଇଯାଇଛି ।

ଏହି ଚାହିଦା ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଗ୍ୟାସ୍ ଏଜେନ୍ସି ବାହାରେ ଗ୍ରାହକଙ୍କ ଲମ୍ବା ଧାଡ଼ି । ଯଦିଓ ସରକାର ବ୍ୟବସାୟିକ ଗ୍ୟାସ୍ ବୁକିଂକୁ ସୀମିତ କରି ଘରୋଇ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି, ତଥାପି ଲୋକଙ୍କ ମଧ୍ୟରେ ଭୟ ରହିଛି । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଘରୋଇ ସିଲିଣ୍ଡରର ଅଭାବ ନାହିଁ ।

ବୁକିଂର ପ୍ରାୟ ଅଢ଼େଇ ଦିନ ମଧ୍ୟରେ ସିଲିଣ୍ଡର ଯୋଗାଇ ଦିଆଯାଉଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଭାରତର ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ ଅଛି । ଭାରତ ତା’ର ୭୦% ତୈଳ 'ହର୍ମୁଜ ପ୍ରଣାଳୀ' ବାହାରୁ ଆଣୁଛି। ସରକାରୀ ପଦକ୍ଷେପ ଦ୍ୱାରା ଏଲପିଜି ଉତ୍ପାଦନ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏଲପିଜି ସଙ୍କଟ ଭିତରେ ବଢ଼ିଲା ଇଣ୍ଡକ୍ସନ ଚୁଲାର ଚାହିଦା । 

ଓଡ଼ିଶା ସମେତ ସାରା ଦେଶରେ LPG ପାଇଁ ଲମ୍ବା ଧାଡ଼ି ଲାଗିଛି । ବାଣିଜ୍ୟିକ LPG ଅଭାବରୁ ହୋଟେଲ ଉପରେ ପଡିଛି ବଡ଼ ପ୍ରଭାବ । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଲା ଲୋକେ ଗ୍ୟାସ୍‌ ପାଇଁ ଅପେକ୍ଷା କରିଥିବାର ଚିତ୍ର । କେତେକ ହୋଟେଲରେ ଜାଳେଣି ପାଇଁ କାଠ ବ୍ୟବହାର କରାଯାଉଛି । ଗ୍ୟାସ୍‌ ଅଭାବ ଯୋଗୁଁ ବଜାରରେ ଇଣ୍ଡକସନ ଚୁଲାର ବଢିଲା ଚାହିଦା । ଲୋକେ ଅଧିକ ମାତ୍ରାରେ କିଣୁଥିବାରୁ ବଜାରରେ ଏହାର ଅଭାବ ପରିଲକ୍ଷିତ ହେବାନେଇ ଆଶଙ୍କା କରୁଛନ୍ତି ବ୍ୟବସାୟୀ ।

LPG ଗ୍ୟାସ୍‌ ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍‌ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ବ୍ଲକ ରେ ରନ୍ଧନ ଗ୍ୟାସ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ । କିଛି ଗ୍ୟାସ୍‌ ନେଉଛନ୍ତି ଆଉ କିଛି ବୁକିଂ ହୋଇଥିଲେ ବି ଫେରିକି ଯାଉଛନ୍ତି l ଲୋକଙ୍କ ଅଭିଯୋଗ, ଚଢ଼ା ଦରରେ ଗ୍ୟାସ୍‌ ବିକ୍ରି ହେଉଛି ।

ବାଲେଶ୍ବରରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ କାଠରେ ରୋଷେଇ ହେଉଛି । ଗ୍ୟାସର ବ୍ୟବହାର କରିବା ସମ୍ଭବ ହେଉନାହିଁ । ଗ୍ୟାସର ଅଳ୍ପ ବ୍ୟବହାର କିପରି କରାଯାଇ ରୋଷେଇ ହେବ ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ଓଭାନର ବ୍ୟବହାର କରାଯାଉଛି । କାହିଁକି ନା ଏବେ LPG ସର୍ଟେଜ ଅଛି ବୋଲି ହୋଟେଲ ମାଲିକ କହିଛନ୍ତି ।

LPG ଗ୍ୟାସ୍‌ ଅଭାବ କାରଣରୁ ଇଣ୍ଡକ୍ସନ ଚୁଲା ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ଇଲେକ୍ଟ୍ରୋନିସ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନଲାଇନ ପ୍ଲାଟଫର୍ମରେ ଇଣ୍ଡକ୍ସନ ଚୁଲା ଆଉଟ୍‌ ଅଫ୍‌ ଷ୍ଟକ୍‌ ଥିବା ଦେଖାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Induction | Induction Stove Sales Rise in India Amid LPG Gas Shortage | Argus News