Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା;୧୬୫ ଦିନରେ ହେଲାଣି ୮୪ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

Smruti Parija
Browse all articles by Smruti Parija
·10 months ago·2 min read
ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା;୧୬୫ ଦିନରେ ହେଲାଣି ୮୪ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

Key Points

ଶିଳ୍ପ ଅଭିବୃଦ୍ଧିରେ ଦୃତ ଗତିରେ ଆଗକୁ ବଢୁଛି ଓଡ଼ିଶା

୧୨ ଜିଲ୍ଲାରେ ୨୭ ନୂଆ ଶିଳ୍ପ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମାତ୍ର ୧୬୫ ଦିନରେ ହେଲାଣି ୮୪ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ୧୨ ଜିଲ୍ଲାରେ ୨୭ ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଆସିଲା ୨୫ ହଜାର୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ । ସୃଷ୍ଟି ହେବ ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଅନ୍ୟପଟେ ଏହି ଅବସରରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ପୂର୍ବ ସରକାରରେ ମେକ ଇନ ଓଡିଶା କଲେ । କିନ୍ତୁ ସେଥିଲେ ଲକ୍ଷ୍ୟ ଥିଲା ଖଣିଜ ଭିତ୍ତିକ ଶିଳ୍ପ ସଂସ୍ଥାକୁ ଆଣିବା । କିନ୍ତୁ ତାହା ବି Mou ରେ ସୀମିତ ରହିଯାଉଥିଲା । Ground breaking ରେ ଅସଫଳ ହେଉଥିଲେ ପୂର୍ବ ସରକାର।


ବିଜେପି ସରକାର ୧୬ ମାସରେ ୧୬ ବୈଠକ କରି୨୬୯ ଶିଳ୍ପକୁ ଦିଆଗଲାଣି ମଞ୍ଜୁରୀ... ଏହା ଦ୍ବାରା ୬ଲକ୍ଷ ୧ ହଜାର କୋଟିର ପୁଞ୍ଜିନିବେଶ ଆସିବା ସହ ସୃଷ୍ଟି ହେବ ୩ ଲକ୍ଷ ୭୬ ହଜାର ନିଯୁକ୍ତି ସୁଯୋଗ । ତେବେ ବଡ଼ କଥା ହେଉଛି, ମାତ୍ର ୧୬୫ ଦିନ ଭିତରେ ଏଥିରୁ ୮୪ ଟି ଶିଳ୍ପ ପାଇଁ ଶିଳାନ୍ୟାସ ସାରିଲାଣି । ଏଥିରେ ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ସହ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି । ତେବେ ଏହା ଭିତରେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଥିବା ମୋଟ ୭୭ ହାଜର ୮୯୪ ଯୁବକ ଯୁବତୀଙ୍କ ମଧ୍ୟରୁ ୫୬ ହଜାର ୮୫୯ ଜଣ କେବଳ ଓଡ଼ିଆ । ଅର୍ଥାତ ୮୦ ପ୍ରତିଶତ ଓଡିଆ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । 'ସ୍ପିଡ଼ ଅଫ ଡୁଇଂ ବିଜିନେସ' ଓ 'ଇଜ୍ ଅଫ ଡୁଇଂ ଇମ୍ପ୍ଲିମେଣ୍ଟେସନକୁ ଗୁରୁତ୍ଵ ଦେଇଛନ୍ତି ସରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ବିୁଜେ଼ଡି ସରକାର ସମୟରେ ୨୦୧୬, ୨୦୧୮ ଏବଂ ୨୦୨୨ରେ ତିନି ତିନୋଟି ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ କରାଯାଇଥିଲା । ଯେଉଁଥିରେ ମେକ ଇନ ଓଡ଼ିଶା ୨୦୧୬ ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା । ଆଉ ଏହାଦ୍ବାରା ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । କିନ୍ତୁ ସେଥିରୁ ମାତ୍ର ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା ଓ ୨୭ ଶିଳ୍ପ କାମ ଆରମ୍ଭ କରିଥିଲେ । ହେଲେ କେବଳ ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିପାରିଥିଲେ ।


ସେହିପରି ମେକ ଇନ ଓଡ଼ିଶା ୨୦୧୮ ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ଲକ୍ଷ୍ୟ ଥିଲା । ୧୦ ଶିଳ୍ପକୁ ଅନୁମୋଦନ ମିଳିଥିଲା । ୭୧ ଟି ଶିଳ୍ପର କାମ ଆରମ୍ଭ ହୋଇଥିଲା ଏବଂ ମାତ୍ର ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିପାରିଥିଲେ । ଆଉ ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ମିଳିଥିଲା । ୧୦ ଲକ୍ଷ ୪୮ ହଜାର 807 କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିଲା । 10 ଲକ୍ଷ 37 ହଜାର 801 ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ଥିଲା । କିନ୍ତୁ ବର୍ଷେ ଭିତରେ ମାତ୍ର 156 ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଥିଲା ।

Sponsored