Videos
|
Odisha

ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଅର୍ଗସ ବ୍ୟୁରୋ:  ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା କନକ୍ଳେଭ ରେ ଯୋଗ ଦେବା ପାଇଁ ଓଡିଶା ଆସିବାକୁ ଆଗ୍ରହ ଦେଖାଇଥିବା କହିଛନ୍ତି ଶିଳ୍ପମନ୍ତ୍ରୀ। ଆଗାମୀ 5 ବର୍ଷରେ 5 ଲକ୍ଷ କୋଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ one to one ଆଲୋଚନା ହୋଇଛି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି।

ପେଟ୍ରୋଲିୟମ ସେକ୍ଟରର ବିଭିନ୍ନ ପ୍ରକଳ୍ପ ଓଡିଶାରେ ସ୍ଥାପନ ଦିଗରେ ଆଲୋଚନା ହୋଇଛି। ଟେକ୍ସଟାଇଲ, କଣ୍ଟେନର ମ୍ୟାନୁ ଫେକଚରିଂ, ରିନୁଏବୁଲା ଏନର୍ଜି, ଗ୍ରୀନ ଏମୋନିଆର ଶିଳ୍ପପତିଙ୍କ ସହ ଆଲୋଚନା ହୋଇଛି । ଓଡିଶାର ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରିବା ସହ ସବୁ ସହାୟତା ଯୋଗାଇ ଦେବାକୁ କୁହାଯାଇଛି। ITESରେ ଓଡ଼ିଆ ଯୁବକ କିପରି ଅଧିକ ରୋଜଗାର ପାଇବେ ସେ ଦିଗରେ ଆଲୋଚନା ହୋଇଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Industries Minister Sampad Swain returns to Odisha after roadshow in Singapore | Argus News