Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୁଶୁଡ଼ିଗଲାଣି କତା ଶିଳ୍ପ, କାରଖାନା ବନ୍ଦ.. ରଥ ଦଉଡ଼ି ପାଇଁ ପୁଣି ହାତ ପାତିବ ଓଡ଼ିଶା !

Odisha

ଭୁଶୁଡ଼ିଗଲାଣି କତା ଶିଳ୍ପ, କାରଖାନା ବନ୍ଦ.. ରଥ ଦଉଡ଼ି ପାଇଁ ପୁଣି ହାତ ପାତିବ ଓଡ଼ିଶା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭୁଶୁଡ଼ିଗଲାଣି କତା ଶିଳ୍ପ, କାରଖାନା ବନ୍ଦ.. ରଥ ଦଉଡ଼ି ପାଇଁ ପୁଣି ହାତ ପାତିବ ଓଡ଼ିଶା !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଦଉଡି ପାଇଁ ଉପୁଜିପାରେ କତା ସଙ୍କଟ । ନଡ଼ିଆ ଶିଳ୍ପ ସୁରକ୍ଷା, ତାଲିମ ଓ କତା ସାମଗ୍ରୀ ରପ୍ତାନୀ ଲକ୍ଷ୍ୟରେ ପାରାଦୀପ, ଭୁବନେଶ୍ବର ପଟିଆ ଓ ପୁରୀର ବୀରପ୍ରତାପପୁରରେ କତା ପ୍ରଶୋଧନ ପ୍ରକଳ୍ପ ଖୋଲାଯାଇଥିଲା । ମାତ୍ର ଗତ ବିଜେଡି ସରକାରର ଉଦାସୀନତା ଯୋଗୁଁ ଦୁଇଟି କତା ଶିଳ୍ପ ଧ୍ବଂସାଭିମୁଖୀ । ଏହାସହ ପୁରୀରେ ଥିବା ଶେଷ ସ୍ମାରକୀ ମଧ୍ୟ ନିଲାମ ହୋଇଯାଇଛି । ତେଣୁ ଚଳିତବର୍ଷ ରଥ ଦଉଡ଼ିକୁ ନେଇ ଅନିଶ୍ଚିତତା ଥିବାରୁ ପୁଣି କେରଳ ଉପରେ ନିର୍ଭର କରିପାରେ ଓଡ଼ିଶା।

ଦିନେ ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ରଥ ଦଉଡି ଯୋଗାଉଥିଲା । ଆଜି ନିଶ୍ଚିହ୍ନ, ନିଶବ୍ଦ କାରଖାନା ରୁଗଣ ଅବସ୍ଥାରେ ପଡି ରହିଛି । ୨୦୦୮ ମେ' ୨୯ରେ ଏହାର ନବୀକରଣ ହୋଇଥିଲେ ବି କାରଖାନାକୁ ବନ୍ଦ କରିଦିଆଯାଇଥିଲା । ଅନେକ କତା କାରିଗର ରୋଜଗାର ହରାଇଥିବା ବେଳେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଚୋରି ହୋଇଗଲାଣି । ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଏହି ବିଶାଳ କତା କାରଖାନା ମାଟିରେ ମିଶିବା ଅପେକ୍ଷାରେ ।

ଦୀର୍ଘ ୮ ଶହ ବର୍ଷ ଧରି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ କେରଳ ରଥ ଦଉଡି ଯୋଗାଇ ଆସୁଥିଲା ବେଳେ କିଛି ବର୍ଷ ହେବ କତା ନିଗମ ପକ୍ଷରୁ ବୀରପ୍ରତାପପୁର କାରଖାନା ପକ୍ଷରୁ ୧୮ଟି ରଥ ଦଉଡି ଯୋଗାଇ ଦିଆଯାଉଥିଲା । ହେଲେ ଚଳିତବର୍ଷ ରଥ ଦଉଡିକୁ ନେଇ ଅନିଶ୍ଚିତତା ଥିବାରୁ ପୁଣି କେରଳ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡିପାରେ ।

ଗତ ସରକାର ତିନି-ତିନିଟି କତା ପ୍ରକଳ୍ପକୁ ନିଲାମ କରି କତା ଶିଳ୍ପକୁ ଧ୍ବଂସ କରିଦେଲେ ବୋଲି ଅଭିଯୋଗ କରିଛନ୍ତି ଗୋପୀନାଥ ମିଶ୍ର। ସେପଟେ ରଥଯାତ୍ରା ବେଳେ ୧୮ଟି ରଥ ଦଉଡି କିଭଳି କତା ନିଗମ ଯୋଗାଇବ ତାକୁ ନେଇ ଆଲୋଚନା କରାଯିବ କହିଛନ୍ତି ଜିଲାପାଳ ।

ଓଡ଼ିଶାରେ ଭଲ ନଡିଆ ଚାଷ ହେଉଥିବାରୁ କତା ନିଗମ ଗଢି ଉଠିଥିଲା । ମାତ୍ର ପୂର୍ବ ବିଜେଡି ସରକାରର ଅପାରଗତାରୁ ରାଜ୍ୟରେ କତା ଶିଳ୍ପର ବିକାଶ ନିମ୍ନଗାମୀ । ନଡ଼ିଆ ଶିଳ୍ପ ସୁରକ୍ଷା, କତା ଦଉଡି ଓ କତା ତିଆରି ଜିନିଷ ତାଲିମରେ ଆର୍ଥିକ ସ୍ବଚ୍ଛଳ କରିବା ଲକ୍ଷ୍ୟ ଦିଗହରା ହୋଇଥିବା ବେଳେ ଏବେ ବିଜେପି ସରକାର କ'ଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Industry collapsed, factories are closed.. Odisha will once again fall for the chariot Rope | Argus News