ପାଣି ଯୋଗୁଁ ବ୍ୟାପୁଛି ସଂକ୍ରମଣ: ୩୦ ଜିଲ୍ଲାକୁ ସମାନ ନିର୍ଦ୍ଦେଶନାମା

Key Points
ପାଣି ଯୋଗୁଁ ବ୍ୟାପୁଛି ସଂକ୍ରମଣ
ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ପାଣି ମାଧ୍ୟମରେ ବ୍ୟାପୁଛି ଝାଡାବାନ୍ତି
ସଂକ୍ରମଣ ପାଇଁ ପାଣି ହେଉଛି ମୁଖ୍ୟ କାରଣ
ହଇଜା ସଂକ୍ରମଣକୁ ଚେକ୍ ଦେବାକୁ ଆଜିଠୁ ଆରମ୍ଭ ଷ୍ଟପ ଡାଇରିଆ ଅଭିଯାନ
୩୦ ଜିଲ୍ଲା ପାଇଁ ଦିଆଯାଇଛି ସମାନ ନିର୍ଦ୍ଦେଶନାମା
ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଥମେ ଭଣ୍ଡାରିପୋଖରୀ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତର 3 ଟି ଗାଁରେ 15 ଜଣରୁ ଅଧିକ ଲୋକେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି । ଧାମନଗରର ବିଭିନ୍ନ ପଞ୍ଚାୟତର 15 ଜଣରୁ ଅଧିକ ଆକ୍ରାନ୍ତ ହୋଇ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । 10 ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ 5 ଜଣ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ପରିସ୍ଥିତିର ମୁକାବିଲା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ମୁଖ୍ୟ ଚିକିତ୍ସାଳୟରେ ଥିବା ହୋଟେଲ ମାନଙ୍କ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଜ କରାଯାଇଛି ।
ସେପଟେ ଅବହେଳା ପାଇଁ 3 ଟି ଦୋକାନରେ 5 ହଜାର ଲେଖା ଫାଇନ କଟା ଯାଇଛି । ଉଠା ଠେଲା ଦୋକାନୀ ମାନଙ୍କ ଉପରେ ବି ଚଢ଼ାଉ କରାଯାଇଛି । ଜିଲ୍ଲାରେ ମୋଟ 35 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 30 ଜଣ ସୁସ୍ଥ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳଖିଆ ଦୋକାନ ଉପରେ ଚଢ଼ାଉ କରିବା ସହ ଫାଇନ କଟାଯାଉଛି । ଜିଲ୍ଲାବାସୀ ମାନେ ବାହାର ଖାଦ୍ୟକୁ ବର୍ଜନ କରନ୍ତୁ, ସମସ୍ତେ ପାଣିକୁ ଫୁଟାଇ ପିଅନ୍ତୁ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଯାଜପୁରରେ ହଇଜା ବ୍ୟାପିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ସଚିବଙ୍କ ବଡ଼ ସୂଚନା । ପାଣି ମାଧ୍ୟମରେ ବ୍ୟାପୁଛି ସଂକ୍ରମଣ, ପାଣି ହେଉଛି ମୁଖ୍ୟ କାରଣ । ହଇଜା ସଂକ୍ରମଣକୁ ଚେକ୍ ଦେବାକୁ ଆଜିଠୁ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ । ୩୦ ଜିଲ୍ଲା ପାଇଁ ଦିଆଯାଇଛି ସମାନ ନିର୍ଦ୍ଦେଶନାମା । ଯାଜପୁରରେ ୭ଜଣଙ୍କ ହେଲାଣି ମୃତ୍ୟୁ । ... ଗତକାଲି ୨୪୪ ରହିଥିବା ବେଳେ ଆଜି ଜ଼ିଲ୍ଲାରେ ୨୫୯ ରୋଗୀ ଚିକିତ୍ସିତ ହୋଉଛନ୍ତି ।
ଆଜି ଦିନକରେ ଜ଼ିଲ୍ଲାରେ ୧୫ ଜଣ ନୂଆ ରୋଗୀ ଚି଼ହ୍ନଟ ହୋଇଛନ୍ତି। ଗତକାଲି ୨ ଜଣଙ୍କ ଝାଡା ବାନ୍ତି ରେ ମୃତ୍ୟୁ ଘଟିଥିଲା ଏଯାଏଁ ୭ଜଣଙ୍କ ମୃତ୍ୟୁ ହୋଇଛି । ୧୪ ଜଣିଆ କେନ୍ଦ୍ରୀୟ ଟିମ ଗତ କାଲି ଠାରୁ ଯାଜପୁର ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ଟି ନମୂନା ହଇଜା ପଜିଟିଭ୍ ଚିହ୍ନଟ ହୋଇଛି । ସ୍ଥିତିକୁ ଦେଖି ଯାଜପୁର ବରିରେ ମଧ୍ୟ ବନ୍ଦ ହୋଇଛି ସମସ୍ତ ହୋଟେଲ, ଢାବା । ସେହିପରି ଷ୍ଟ୍ରିଟ୍ ଫୁଡ ଗୁପଚୁପ, ଚାଟ, ଆଇସକ୍ରିମ କାରଖାନା, ଜଳଖିଆ ଦୋକାନ, ପାଣି ପାଉଚ କାରଖାନା ଏବଂ ପାଣି ପ୍ୟାକେଜିଙ୍ଗ କାରଖାନା ଦୁଇ ସପ୍ତାହ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବରୀ ତହସିଲଦାର ।