Videos
|
Odisha

'ପରିଚୟ ପତ୍ର ନଥିଲେ ଅନୁପ୍ରବେଶକାରୀଙ୍କୁ ଭାରତରୁ କରାଯିବ ବିଦା'

Sangram Tripathy
Browse all articles by Sangram Tripathy
·1 year ago·2 min read
'ପରିଚୟ ପତ୍ର ନଥିଲେ ଅନୁପ୍ରବେଶକାରୀଙ୍କୁ ଭାରତରୁ କରାଯିବ ବିଦା'


ଅର୍ଗସ ବ୍ୟୁରୋ :ବାଂଲାଦେଶୀ ଅନୁପ୍ରବେଶକାରୀ ସାବଧାନ,ଏଣିକି ଆଉ ନାହିଁ ରକ୍ଷା,ବାଂଲାଦେଶ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଥିବାବେଳେ ନିଜକୁ ଅସୁରକ୍ଷିତ ମନେ କରି ଏବେ ଭାରତରେ ଅନୁପ୍ରବେଶ ପାଇଁ ଭିଡ ଜମୁଛି । ସୀମା ସେପଟେ ହଜାର ହଜାର ବାଂଲାଦେଶୀ ଅପେକ୍ଷା କରିଛନ୍ତି ମଉକା ମିଳିଲେ ଭାରତରେ ପ୍ରବେଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଓଡ଼ିଶା ସରକାର। ଜଳପଥକୁ ଟାର୍ଗେଟ କରି ଭାରତ ମୁହାଁ ହେଉଛନ୍ତି  ଅନୁପ୍ରବେଶକାରୀ। ପଶ୍ଚିମବଙ୍ଗ ଦେଇ କିଏ ଆସୁଛି,କିଏ ଜଳପଥରେ କରୁଛି ଅନୁପ୍ରବେଶ ଚାଲିଛି ଯାଞ୍ଚ,ପରିଚୟ ପତ୍ର ଯାଞ୍ଚ ସହ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ସରକାର।

 ଯେଉଁ ବିଦେଶୀ ଭାରତର ସୀମା ଲଂଘିଛନ୍ତି ସେମାନେ ଯେଉଁ ଦେଶର ହୋଇଥିଲେ ବି ନିଜ ଦେଶକୁ ପ୍ରତ୍ୟାର୍ପିତ କରିଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସମ୍ବଲପୁରରେ ବାଂଲାଦେଶୀ ସନ୍ଦେହରେ କିଛି ଯୁବକଙ୍କୁ କାବୁ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା । ସହରରେ ବେଆଇନ ଭାବେ ବାଂଲାଦେଶୀ ପ୍ରବେଶ କରିଥିବା ସନ୍ଦେହରେ ଏମାନଙ୍କୁ କାବୁ କରି ଥାନାରେ ଜିମା ଦିଆଯାଇଛି । ବୁଢ଼ାରଜା ଅଂଚଳର ଏକ ଫ୍ଲାଟରେ ୩୪ ଜଣ ଯୁବକ ଲୁଚି ରହିଥିଲେ । ଏମାନଙ୍କଠାରୁ ମିଳିଛି ବାଂଲାଦେଶୀ ଆଧାର କାର୍ଡ। 


ଭଦ୍ରକ ବାସୁଦେବପୁରରେ ବି ବାଂଲାଦେଶୀ ସନ୍ଦେହରେ ୬ ଜଣକୁ ଅଟକ ରଖି ପୋଲିସ ଜିମା ଦିଆଯାଇଛି । ପୁଣି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଭଦ୍ରକ ସମରାଇପୁର ମହାବୀର କଲୋନୀ  ବାସିନ୍ଦାଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ସେପଟେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ଦାବିରେ  କୁଚିଣ୍ଡା ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସା ନେଇ ଓଡ଼ିଶାରେ ଛନକା ।  ମୁକୁଳା ପଡ଼ି ରହିଛି ଉପକୂଳ । ପାଟ୍ରୋଲିଂ ପାଇଁ ଉପକୂଳରେ ଥିବା ମେରାଇନ ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

 ବାଂଲାଦେଶରେ ଅଣାୟତ୍ତ ସ୍ଥିତି। ଅନୁପ୍ରବେଶ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ସରକାର ବି ସଜାଗ ରହିଛନ୍ତି।  ପରିଚୟ ପତ୍ର ନଥିଲେ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିଦା କରାଯିବ ରୋକଠୋକ କହିଛନ୍ତି ଆଇନ ମନ୍ତ୍ରୀ,ପୃଥ୍ବୀରାଜ ହରିଚନ୍ଦନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Infiltrators without ID will be deported from India. | Argus News