Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର

Smruti Parija
Browse all articles by Smruti Parija
·1 year ago·1 min read
ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ:  ଆସନ୍ତା 18 ତାରିଖ ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର । ସକାଳ 9ଟା 51ରୁ ଦିନ 12ଟା 15 ଭିତରେ ଶୁଭ ମୁହୂର୍ତ୍ତ । ଭିତର ଭଣ୍ଡାର ତାଲା ଖୋଲାଯାଇ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତର ହେବ । ସମସ୍ତ ଅଳଙ୍କାର ସ୍ଥାନାନ୍ତରଣର ଭିଡିଓଗ୍ରାଫି କରାଯିବ । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଜଷ୍ଟିସ୍ ବିଶ୍ବନାଥ ରଥ ଏନେଇ ସୂଚନା ଦେଇଛନ୍ତି । 

ଜୁଲାଇ 14 ତାରିଖ ଦିନ ଶୁଭମୁହୁର୍ତ୍ତରେ ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଥିଲା । ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ନିଆଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର । ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ 3ଟି ତାଲାକୁ ଭଙ୍ଗାଯାଇଥିଲା । ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ । ଭିତର ରତ୍ନ ଭଣ୍ଡାରକୁ ଯିବା ପରେ କମିଟି ଦେଖିଥିଲା ସେଠାରେ ସିନ୍ଧୁକ ଓ ଆଲମିରାରେ ଅଳଙ୍କାର ରହିଛି ।

ରତ୍ନଭଣ୍ଡାରର ଅସଲି ଚାବି ଚୋରି ହୋଇଥିବା ସଙ୍ଗୀନ ଅଭିଯୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ରତ୍ନଗଣତି ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ତିନିଟି ପର୍ଯ୍ୟାୟରେ ହେଉଛି ରତ୍ନଭଣ୍ଡାରର ଗଣତି । ପ୍ରଥମ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ଖୁବଶୀଘ୍ର ଖୋଲିବ ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ଖୋଲାଯାଇ ସ୍ଥାନାନ୍ତର ହେବ ଅଳଙ୍କାର । ଭିତର ରତ୍ନଭଣ୍ଡାରର ମରାମତି କରିବ ASI । ମରାମତି ପରେ ରତ୍ନଭଣ୍ଡାରର ଅଳଙ୍କାର ଭିତର ରତ୍ନଭଣ୍ଡାରରେ ରଖାଯିବ । ଭିତର ରତ୍ନଭଣ୍ଡାର ପରିସରରେ ଗଣତି କରାଯିବ । ଗଣତି ବେଳେ ରିଜର୍ଭ ବ୍ୟାଙ୍କର କର୍ମଚାରୀ ସାମିଲ ହେବ । ପୁରା ଗଣତିର ଭିଡିଓ ରେକର୍ଡିଂ କରାଯିବ ।
 

 

Sponsored
inner-ratnabhandar-opens-on-thursday | Argus News