Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଆର ଭୂଲ୍ ପାଇଁ ଜେଲରେ ନିଷ୍ପାପ ଶିଶୁ

Smruti Parija
Browse all articles by Smruti Parija
·1 year ago·2 min read
ମାଆର ଭୂଲ୍ ପାଇଁ ଜେଲରେ ନିଷ୍ପାପ ଶିଶୁ

Key Points

ମା'ର ଭୂଲ୍ ପାଇଁ ଜେଲ୍ ଦଣ୍ଡ ଭୋଗୁଛନ୍ତି ନିଷ୍ପାପ ଶିଶୁ

ମୟୂରଭଞ୍ଜ: ମା'ର ଭୂଲ୍ ପାଇଁ ଜେଲ୍ ଦଣ୍ଡ ଭୋଗୁଛନ୍ତି ନିଷ୍ପାପ ଶିଶୁ । ଜଣେ କି ଦୁଇ ଜଣ ନୁହଁ, ୩ ପୁଅ ଏବଂ ୩ ଜଣ କୁନି ଝିଅ ମା' ସହ ଯାଇଛନ୍ତି ଜେଲ୍ । ଚୋରି ଅଭିଯୋଗରେ ଗିରଫ ହେଲା ମା' । ଆଉ ମା ସହିତ ଜେଲ ଯାଇଛନ୍ତି ଏହି ଛୋଟ ଛୋଟ ଶିଶୁମାନେ । କୁହାଯାଏ ଆଇନର ହାତ ଲମ୍ବା, ଆଇନ ଆଗରେ କେହି ଦୋଷୀ ବର୍ତ୍ତି ପାରିବେ ନାହିଁ । ହେଲେ ଏ ଶିଶୁମାନଙ୍କର କ'ଣ ଥିଲା ଭୂଲ୍ ।


ମା' ଗିରଫ ହୋଇ ପୋଲିସ ଭ୍ୟାନରେ କୋର୍ଟ ଚାଲାଣ ହେଉଛି । ଆଉ ମା' କାନ୍ଧରେ ମୁଣ୍ଡ ଗୁଞ୍ଜି କଅଁଳ ଶିଶୁଟିଏ ଶୋଇ ପଡ଼ିଛି । ତ ଆଉ କିଏ ମାଆ ର ହାତ ଧରି ଭ୍ୟାନ୍ ଉପରକୁ ଉଠୁଛି । ଏମାନେ ଜାଣି ନାହାନ୍ତି ଯେ ତାଙ୍କ ଭୁଲ କ'ଣ ? ପୋଲିସ ଜଣ ଜଣକୁ କୋର୍ଟ ଚାଲାଣ କରୁଥିବା ବେଳେ ଶିଶୁଙ୍କ ଏତିକି ଭୁଲ ଯେ ତାଙ୍କ ମା' ମାନେ ଚୋରି ମାମଲାରେ ଅଭିଯୁକ୍ତ ହୋଇ କୋର୍ଟ ଚାଲାଣ ହେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନକୁ ଦିନ ବାରିପଦା ସହରରେ ଚୋରି, ଡକାୟତି ଓ ଛିନତାଇ ଭଳି ଘଟଣା ବଢ଼ିବାରେ ଲାଗିଛି । ଦିବାଲୋକରେ ମଧ୍ୟ ସୁରକ୍ଷା ମଣୁ ନାହାନ୍ତି ମହିଳା । ଏପରିକି ବାରିପଦା ସହରର ଅନେକ ଘରୁ ଚୋରି ହୋଇଥିବା ଖବର ନଜିର ରହିଛି । ତେଣୁ ଅଭିଯୋଗ ମୁତାବକ ଗତ ୧୨ ତାରିଖ ରାତିରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୨୫ ନମ୍ବର ୱାର୍ଡ ପାଲବଣି ଅଞ୍ଚଳର ଶିରିଷ ଚନ୍ଦ୍ର ମୁର୍ମୁ ଙ୍କ ଘରେ କେହି ନଥିବା ସମୟରେ ଉକ୍ତ ଅଭିଯୁକ୍ତ ମାନେ ତାଲା ଭାଙ୍ଗି ଘରେ ପସିଥିଲେ ଏବଂ ୫ ଲକ୍ଷ ଟଙ୍କା ସହିତ ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନାରୁପା ଅଳଙ୍କାର ଚୋରି କରିଥିଲେ ।


ଏନେଇ ଗତ ୧୩ ତାରିଖରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ଘଟଣାରେ କେସ୍ ନଂ-୪୮ ଆଧାରରେ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି । ଏବଂ ସେମାନଙ୍କ ନିକଟରୁ ଅନେକ ଚୋରୀ ସାମଗ୍ରୀ ମଧ୍ୟ ଜବତ କରିଛି । ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ବୈଠା (୧୯ବର୍ଷ) , କୃଷ୍ଣ ମୁଖୀ (୧୯ବର୍ଷ) , ସୋନାଲି ମୁଖୀ(୨୧ ବର୍ଷ), ରାଣୀ ମୁଖୀ(୨୦ ବର୍ଷ) ଓ ମାନୀ ମୁଖୀ(୨୩ବର୍ଷ) । ଏମାନେ ସମସ୍ତେ ବାରିପଦା କାଳିକାପୁର ଅଞ୍ଚଳର । ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୩ ଅଭିଯୁକ୍ତ ମହିଳାମାନଙ୍କ ସହ ସେମାନଙ୍କର କୁନି କୁନି ପିଲା ମାନେ ମଧ୍ୟ ବାରିପଦା ସ୍ଥିତ 'ମଣ୍ଡଳ କାରାଗାର' କୁ ଯାଇଛନ୍ତି। 'ମା ଙ୍କ ଦୋଷ ଯୋଗୁଁ ନିର୍ଦ୍ଦୋଶ ଶିଶୁ ଜେଲ୍ ଯିବା ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Sponsored
Innocent child is serving a prison sentence for his mother's mistake | Argus News