Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Religious Conversion In Puri / ଶ୍ରୀକ୍ଷେତ୍ରରେ ନୀରିହ ହିନ୍ଦୁ ପଡ଼ିଛନ୍ତି ବିପଦରେ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଶ୍ରୀକ୍ଷେତ୍ରରେ ନୀରିହ ହିନ୍ଦୁ ପଡ଼ିଛନ୍ତି ବିପଦରେ !

Key Points

ମାନବାଧିକାର କମିଶନ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଥିଲେ ।

ପୁଣି ପୁରୀରେ ଧର୍ମାନ୍ତିକରଣ ପାଇଁ ବଡ଼ ଷଡ୍‌ଯନ୍ତ୍ର । ନୀରିହ ହିନ୍ଦୁଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟିଆନରେ ପରିବର୍ତ୍ତନ କରିବାକୁ ଚାଲିଛି ବଡ଼ ଯୋଜନା । ବାରମ୍ବାର ଅଭିଯୋଗ କଲେ ବି ପ୍ରଶାସନ ନିଦାବିଷ୍ଣୁ ପାଲଟିଛି । ଯେତେ ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ । ଧର୍ମାନ୍ତିକରଣକୁ ସମ୍ବିଧାନରେ ବେଆଇନ ବୋଲି କୁହାଯାଇଥିଲେ ମଧ୍ୟ ଏକଥା କେହି ଶୁଣିବାକୁ ନାରାଜ ।

ନଭେମ୍ବର ୧୧ ରୁ ୧୪ ପୁରୀ ବିଜୁ ନଗରରେ ହେବ ପ୍ରାର୍ଥନା ମହୋତ୍ସବ । ନୀରିହ ବସ୍ତି ବାସିନ୍ଦାଙ୍କୁ ପ୍ରବର୍ତ୍ତାଇ ଧର୍ମ ପରିବର୍ତ୍ତନ କରାଇବା ଯୋଜନା କରାଯାଉଥିବା ଅଭିଯୋଗ ଆଣିଲେ ହିନ୍ଦୁ ପ୍ରେମୀ । ୧୧ ତାରିଖରୁ ହେବାକୁ ଥିବା ଏହି ପ୍ରାର୍ଥନା ମହୋତ୍ସବରେ ଯୋଗଦେବେ ପାଷ୍ଟର ସୁରେଶ ଜେରେମିଆଃ, ଡେଭିଡ୍ ଫ୍ରାନ୍ସିସ, ପାଷ୍ଟର ପବନ, ପାଷ୍ଟର ପିଟର ଓ ପାଷ୍ଟର ଜେଫାନ୍ୟା ଶାସ୍ତ୍ରୀ । ଯାହାକୁ ନେଇ ଆପତ୍ତି ଉଠାଇ ଜିଲ୍ଲାପାଳ ଓ ଏସପିଙ୍କ ସହ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି ।

ପ୍ରାର୍ଥନାସଭାରେ ଯୋଗଦେବାକୁ ଥିବା ଏହି ପାଦ୍ରୀମାନେ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ପ୍ରବର୍ତ୍ତାଇ ଧର୍ମ ପରିବର୍ତ୍ତନ କରାଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ସହ ଫଟୋ ଓ ଭିଡିଓ ବି ସଂଲଗ୍ନ କରାଯାଇଛି । ପ୍ରାୟ ୧ ମାସ ମଧ୍ୟରେ ରାଜ୍ୟର ଅନ୍ୟ ୬ଟି ସ୍ଥାନରେ ମଧ୍ୟ ଏହିଭଳି କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗତ ଅକ୍ଟୋବର ୧ ତାରିଖରେ ପୁରୀର ଅନ୍ୟ ଏକ ସ୍ଥାନରେ ସମାନ ଅଭିଯୋଗ ହୋଇଥିଲା।

ସେତେବେଳେ ମାନବାଧିକାର କମିଶନ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଥିଲେ । ତଥାପି ଏହି କାର୍ଯ୍ୟକ୍ରମ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ପୂର୍ବରୁ ଅନ୍ୟ ଏକ କାର୍ଯ୍ୟକ୍ରମ ବିରୋଧ ଯୋଗୁଁ ବନ୍ଦ ହୋଇଥିଲା । ଯେଉଁଥିରେ ପେଣ୍ଠକଟା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଅନେକ ଲୋକ ସାମିଲ ହୋଇ ବିରୋଧ କରିଥିଲେ । ଆସନ୍ତା ୧୧ ତରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି ଜୋର ଧରିଛି । ପୁରୀ ଏସପି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ୧୧ ତାରିଖ କାର୍ଯ୍ୟକ୍ରମ ପାଇଁ ଏକ ପୋଷ୍ଟର Whatsapp ମାଧ୍ୟମରେ ବୁଲୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Religious Conversion In Puri | Innocent Hindus are in danger in Puri | Argus News