Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଭଦ୍ରା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି

Ritu Das
Browse all articles by Ritu Das
·1 year ago·2 min read
ସୁଭଦ୍ରା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି

ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ। ମୋଦି କହିଥିଲେ ଯେବେ ଓଡ଼ିଶାର ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବେ ରାଜ୍ୟର ଅର୍ଥନୀତିରେ ସେମାନଙ୍କ ଯୋଗଦାନ ବଢିବ। ଓଡ଼ିଶାର ମହିଳାଙ୍କ ମୁଣାରେ ଏବେ ସୁଭଦ୍ରା ଟଙ୍କା। ୨ ଟି କିସ୍ତିରେ ରାଜ୍ୟର ପ୍ରାୟ ୧ କୋଟି ୬୪ ହଜାର ମହିଳାଙ୍କୁ ମିଳିଛି ୧୦ ହଜାର ଲେଖାଏଁ ଟଙ୍କା। ଅର୍ଥାତ ମହିଳାମାନଙ୍କ ହାତକୁ କେବଳ ସୁଭଦ୍ରା ଯୋଜନାରେ ପ୍ରାୟ ୧୦ ହଜାର ୬୪ କୋଟି ଟଙ୍କା ଯାଇଛି । ଏହି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ପାଇଁ କେତେ ଗୁରୁତ୍ବ ରଖେ ତାହା ସେମାନଙ୍କ ମୁହଁରୁ ହିଁ ଶୁଣନ୍ତୁ।


ମହିଳାମାନେ ଏହି ଅର୍ଥକୁ ନିଜର ବିଭିନ୍ନ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଆଉ ଅଧିକାଂଶ ମହିଳା ଏବେ ସୁଦ୍ଧା ଖର୍ଚ୍ଚ କରିସାରିଲେଣି। ଥରେ ଚିନ୍ତା କରନ୍ତୁ ଓଡ଼ିଶା ବଜାରକୁ ଯେତେବେଳେ ୧୦ ହଜାର ୬୪ର ନଗଦ ଟଙ୍କା ଆସିବ ଏହା ରାଜ୍ୟର ଅର୍ଥନୀତିକୁ କେତେ ବଳ ଯୋଗାଇବ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ମହିଳା ନୁହନ୍ତି ରାଜ୍ୟର ଚାଷୀଙ୍କ ହାତକୁ ବି ଆସିଛି ଅଧିକ ଟଙ୍କା। ଗତବର୍ଷ ତୁଳନାରେ ଏବର୍ଷ ଖରିଫ ଋତୁରେ ଚାଷୀଙ୍କୁ ପ୍ରତି ଧାନ କ୍ବିଣ୍ଟାଲ ପିଛା ୯୧୭ ଟଙ୍କା ଲେଖାଏଁ ଅଧିକ ମିଳିଛି। ଏବର୍ଷ ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ଧାନର ଏମସପି କ୍ବିଣ୍ଟାଲ ପିଛି ୧୧୭ ଟଙ୍କା ବଢାଇବା ପରେ ତାହା ୨୩୦୦ ଟଙ୍କା ହୋଇଥିଲା ତା ଉପରେ ରାଜ୍ୟ ସରକାର ପୁଣି ଧାନରେ ପ୍ରତି କ୍ବିଣ୍ଟାର ପିଛା ୮୦୦ ଟଙ୍କା ଲେଖାଏଁ ଇନପୁଟ୍ ସବସିଡି ଦେଇଥିଲେ। ଅର୍ଥାତ ବର୍ଦ୍ଧିତ ଏମଏସପି ଓ ଇନପୁଟ୍ ସୱସିଡିକୁ ମିଶାଇଲେ ପ୍ରତି ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ଗତ ବର୍ଷ ତୁଳନାରେ ୯୧୭ ଟଙ୍କା ଲେଖାଏଁ ଅଧିକ ମିଳିଛି। ପୁରା ହିସାବ କଲେ ୧୪୬୭ କୋଟି ୨୦ଲକ୍ଷ ଟଙ୍କା ଅଧିକ ପାଇଛନ୍ତି ଚାଷୀ । ଏଥର ଖରିଫ ଧାନ କିଣାରେ ହୋଇଛି ନୂଆ ରେକର୍ଡ ୧୭୪ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର। ଗତବର୍ଷ ଖରିଫରେ କିଣିଥିଲେ ୫୮ ଲକ୍ଷ ମେଟ୍ରିକ ଟନ ।


୧୬ଲକ୍ଷ ମେଟ୍ରିକ ଟନ ଅଧିକ ଧାନ କିଣାଯାଇଥିବା ବେଳେ ଏମଏସପି ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୧୬୫୩୧ କୋଟି ଟଙ୍କା । ଯାହା ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ। ଗତବର୍ଷ ଧାନ କିଣା ବାବଦକୁ ଚାଷୀଙ୍କୁ ସରକାର ଦେଇଥିଲେ ୧୨,୬୬୯ କୋଟି ଟଙ୍କା। ଚାଷୀଙ୍କ ଜରିଆରେ ବଜାରକୁ ଯାଇଥିବା ନଗଦ ଅର୍ଥ ଓଡ଼ିଶା ଅର୍ଥନୀତିକୁ ବି ସଶକ୍ତ କରିବାରେ ସହାୟକ ହୋଇଛି। ଇଏ ମାତ୍ର ଗୋଟିଏ ବର୍ଷର ହିସାବ। ଆଗାମୀ ୫ ବର୍ଷ ଯାଏ ଏହି ଧାର ଜାରି ରହିବ। ଯଦି ପ୍ରତି ବର୍ଷ ଉଭୟ ଯୋଜନାରେ ପ୍ରାୟ ୧୭ ହଜାର କୋଟି ନଗଦ ଟଙ୍କା ମହିଳା ଓ ଚାଷୀଙ୍କ ଜରିଆରେ ସିଧା ବଜାରକୁ ଯିବ ଅନୁମାନ କରନ୍ତୁ ଏହା ଓଡ଼ିଶା ଅର୍ଥନୀତିକୁ କେତେ ମଜଭୁତ ନ କରିବ।

Sponsored
input-subsidy-on-subhadra-and-rice-will-strengthen-odisha-economy | Argus News