Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗରୁଡସ୍ତମ୍ଭ ପାଖରୁ ଗର୍ଭଗୃହର ଫଟୋ ଭାଇରାଲ୍

Odisha

ଗରୁଡସ୍ତମ୍ଭ ପାଖରୁ ଗର୍ଭଗୃହର ଫଟୋ ଭାଇରାଲ୍

Smruti Parija
Browse all articles by Smruti Parija
·1 year ago·1 min read
ଗରୁଡସ୍ତମ୍ଭ ପାଖରୁ ଗର୍ଭଗୃହର ଫଟୋ ଭାଇରାଲ୍

Key Points

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଓ ଶ୍ରୀଜଗନ୍ନାଥଙ୍କ ଫଟୋ । ଗରୁଡସ୍ତମ୍ଭ ପାଖରୁ ଗର୍ଭଗୃହର ଫଟୋଟି ଉଠାଯାଇଛି । କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି ।

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଓ ଶ୍ରୀଜଗନ୍ନାଥଙ୍କ ଫଟୋ । ଗରୁଡସ୍ତମ୍ଭ ପାଖରୁ ଗର୍ଭଗୃହର ଫଟୋଟି ଉଠାଯାଇଛି । କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।


ଅତି ସହଜରେ ସେ ମୋବାଇଲ ଭିତରକୁ ନେଇ ନାଟମଣ୍ଡପରେ ଥାଇ ଫଟୋ ଉଠାଇଛନ୍ତି, କୀର୍ତ୍ତନ ଚକଡାର ଫଟୋ ସହ ପତିତପାବନ ନିକଟରେ ଠିଆହୋଇ ଏକ ଫଟୋ ଚିତ୍ର ଉଠାଇ ତାକୁ ଏଡିଟି କରି ଭାଇରାଲ କରିଛନ୍ତି। ମୋବାଇଲ ଉପରେ କଟକଣା ରହିଥିଲେ ମଧ୍ୟ ବାରାମ୍ବାର ଏଭଳି ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଛିଦିନ ପୂର୍ବରୁ ଶ୍ରୀମନ୍ଦିରର ଫଟୋ ଓ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନଜରକୁ ଆସିଥିବା ବେଳେ ସୁରକ୍ଷାକର୍ମୀଙ୍କ ଅବହେଳାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Argus Whatsapp Channel Mobile Top
Sponsored
inside-pic-and-visual-of-puri-temple-goes-viral | Argus News