Videos
|
Odisha

ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହେଲେ କ୍ଷତିପୂରଣ ଦେବେ ବୀମା କମ୍ପାନୀ

Smruti Parija
Browse all articles by Smruti Parija
·1 year ago·1 min read
ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହେଲେ କ୍ଷତିପୂରଣ ଦେବେ ବୀମା କମ୍ପାନୀ

କଟକ: ଏଣିକି ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଆହତ ହୋଇ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୀମା କମ୍ପାନୀ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୁର୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଲୋକେ ଗୁରୁତର ଆହତ ହେବା ସହ ଶାରୀରିକ ଓ ମାନସିକ ଆଘାତ ପାଉଛନ୍ତି । ଏପରି ସ୍ଥିତିରେ ସେମାନେ ଆର୍ଥିକ ବୋଝ ସହିବା ସହ ଯନ୍ତ୍ରଣା, ଦୁଃଖ ଓ କର୍ମ ନିଯୁକ୍ତି ହରାଉଛନ୍ତି । 

ଏପରି ପରିସ୍ଥିତିରେ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି କୋର୍ଟ ନିଜ ରାୟରେ ଶୁଣେଇଛନ୍ତି । ତେବେ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଜାତୀୟକରଣ ତୈଳ କମ୍ପାନୀଙ୍କ ଦ୍ଵାରା ବୀମା ପଳିସିର ବ୍ୟବସ୍ଥା କରାଯାଇଥାଏ । ହେଲେ ଏହି ବୀମା ପଲିସିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ଓ ଆହତ ହେଲେ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ବ୍ୟବସ୍ଥା ରହି ଆସିଛି । ଯାହା ଉପରେ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ଏପରି ରାୟ ଦେଇଛନ୍ତି ।

ଗ୍ୟାସ ସିଲିଣ୍ଡର ଫାଟି 3 ଆହତ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: