Inter State Ganja Smuggling / ବଢ଼ୁଛି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡକୁ ଚିହ୍ନଟ କରିବ ମିଳିତ ଟାସ୍କଫୋର୍ସ
·2 hours ago·3 min read

Key Points
ବଢ଼ୁଛି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ
ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି
ମାଷ୍ଟର ମାଇଣ୍ଡଙ୍କୁ ଚିହ୍ନଟ ପାଇଁ ଗଠନ ହୋଇଛି ‘ମିଳିତ ଟାସ୍କଫୋର୍ସ'

ଭୁବନେଶ୍ଵର,୦୬/୦୬: ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ବ୍ୟାପକ ଧରପଗଡ଼ ସହ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ନିଶା କାରବାର କମିବାର ନାଁ ନେଉନାହିଁ। ଓଡ଼ିଶା କିମ୍ବା ଏହାର ସୀମାନ୍ତ ଅଞ୍ଚଳରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି। କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧ, ରାୟଗଡ଼ ଓ ଗଜପତି ଭଳି ଜିଲାରୁ ଗଞ୍ଜେଇ ସଂଗ୍ରହ କରାଯାଇ ପଡ଼ୋଶି ଦେଶ ପାକିସ୍ତାନ ସହ ଜମ୍ମୁକାଶ୍ମୀର, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, କେରଳମ୍, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କଲକାତା ଆଦି ରାଜ୍ୟକୁ ଚାଲାଣ କରାଯାଉଛି।
ଏହି ଆନ୍ତଃରାଜ୍ୟ ଲିଙ୍କ୍ ଖୋଜିବା ଏବଂ ଏହାର ମାଷ୍ଟର ମାଇଣ୍ଡଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା ପୁଲିସ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ରାଜସ୍ଵ ଗୁଇନ୍ଦା ନିର୍ଦେଶାଳୟକୁ ନେଇ ଏକ ‘ମିଳିତ ଟାସ୍କଫୋର୍ସ' ଗଠନ କରାଯାଇଛି।
ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏନ୍ସିବି ପକ୍ଷରୁ ୟୁପିର ଦେଓରିଆ ନିକଟରୁ ୪ ଜଣ ନିଶା ମାଫିଆଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୪୦୬ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ମାଫିଆମାନେ ସପ୍ତାହେ ତଳେ ଉତ୍ତରପ୍ରଦେଶରୁ କୋରିଅର ଗାଡ଼ିରେ କିଛି ସାମଗ୍ରୀ ନେଇ ଓଡ଼ିଶା ଆସିଥିଲେ ଏବଂ ଏଠାରୁ ଗଞ୍ଜେଇ କିଣି ପିକ୍ଅପ୍ ଭ୍ୟାନର ଏକ ସିକ୍ରେଟ୍ ଚାମ୍ବରରେ ଲୁଚାଇ ଗଞ୍ଜେଇ ଚାଲାଣ କରୁଥିଲେ।
ପଢନ୍ତୁ ଏହି ଖବର: ଜିପ୍ରେ ଗଞ୍ଜେଇ ତେଲ କାରଖାନା,୧୦୦ କୋଟିର ଗଞ୍ଜେଇ ତେଲ ଜବତ
ମାଫିଆଙ୍କ ବିଳାସପୂର୍ଣ୍ଣ ସମ୍ପଭି ଯାଞ୍ଚ ଓ ବାଜ୍ୟାପ୍ତି: ଗଞ୍ଜେଇ କାରବାର କରି ବେଆଇନ ଭାବେ କୋଟି କୋଟି ଟଙ୍କାର ଘର, ଗାଡ଼ି, ଜମି ଓ ସୁନା ଅର୍ଜନ କରିଥିବା ମାଫିଆଙ୍କ ସମ୍ପତ୍ତିକୁ ଜବତ କରାଯାଉଛି। ନିକଟରେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ କନ୍ଧମାଳର ଦୁଇ ଭାଇ ବିକାଶ କୁମାର ଦିଗାଲ ଓ ସୌମ୍ୟରଞ୍ଜନ ଦିଗାଲଙ୍କ ପ୍ରାୟ ୨୨ ଲକ୍ଷ ୫୮ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏହି ସମ୍ପତ୍ତି ଯାଞ୍ଚ ତାଲିକାରେ ସତୀଶ ପ୍ରଧାନ, ବିକ୍ରମ ସିଂ. ଦାରବିନ୍ଦର ସିଂ, ଏମ୍ଡି ପ୍ରକାଶ, ଏନ୍. ଏମ୍. ପଦ୍ମଲାଲ ଏବଂ ପ୍ରତାପ କୁମାର ସେଠୀଙ୍କ ଭଳି ବଡ଼ ବଡ଼ ମାଫିଆ ରହିଛନ୍ତି।
ପୁଲିସକୁ ଚକ୍ରମା ଦେବାକୁ ବଦଳୁଛି ଚାଲାଣ ତରିକା
ପୁଲିସର ସନ୍ଦେହ ଏଡ଼ାଇବା ପାଇଁ ମାଫିଆମାନେ ଏବେ ଗଞ୍ଜେଇ ଚାଲାଣରେ ଗରିବ ଶ୍ରେଣୀର ମହିଳା ଓ ଶିଶୁଙ୍କୁ ଢାଲ ଭାବେ ବ୍ୟବହାର କରୁଛନ୍ତି। ଟ୍ରକ୍, ବସ୍ ଓ କାର୍ରେ ମହିଳା ଓ ଶିଶୁଙ୍କୁ ଭଲ ପୋଷାକ ପିନ୍ଧାଇ ବସାଯାଉଛି, ଯାହା ଦ୍ବାରା ଯାଞ୍ଚ ପଏଣ୍ଟରେ ସେମାନେ ନିଜକୁ ଏକ ପରିବାର ଭାବେ ପରିଚୟ ଦେଇ ପୁଲିସକୁ ଭ୍ରମିତ କରୁଛନ୍ତି। ଏଥିପାଇଁ ମହିଳାଙ୍କୁ ପିଛା ୧୫୦୦ ଟଙ୍କା ଏବଂ ଶିଶୁଙ୍କୁ ପିଛା ୧୦୦୦ ଟଙ୍କା ଲେଖାଏଁ ମାଫିଆମାନେ ପ୍ରଦାନ କରୁଛନ୍ତି।
ସେହିପରି ନିଶା ମାଫିଆମାନେ ବିଭିନ୍ନ ନାମୀଦାମୀ ପରିବହନ ସଂସ୍ଥାର ଗାଡ଼ି ଚାଳକ ଓ ହେଲ୍ସରଙ୍କୁ ଟଙ୍କାର ଲୋଭ ଦେଖାଇ ଗାଡ଼ିରେ କଲକାତା କାରିଗରଙ୍କ ଦ୍ବାରା ବିଶେଷ ‘ସିକ୍ରେଟ୍ ଚାମ୍ବର' ତିଆରି କରୁଛନ୍ତି। ଗାଡ଼ି ଧରାପଡ଼ିବା ପରେ ପରିବହନ ସଂସ୍ଥାର ଲକ୍ଷ ଲକ୍ଷ ଲ ଟଙ୍କାର ଗାଡ଼ି ଓ ସାମଗ୍ରୀ ଜବତ ହେଉଥିବାବେଳେ କେବଳ ଡ୍ରାଇଭର ଓ ହେଲ୍ମର ଗିରଫ ହେଉଛନ୍ତି ଏବଂ ମାଷ୍ଟରମାଇଣ୍ଡ ଖସି ପଳାଉଛି।
କନ୍ଧମାଳରୁ କଲକାତା ଗଞ୍ଜେଇ ଚାଲାଣ
କନ୍ଧମାଳରୁ ଗଞ୍ଜେଇ ସଂଗ୍ରହ କରି ଭୁବନେଶ୍ଵର ଦେଇ କଲକାତାକୁ ଚୋରାଚାଲାଣ କରାଯାଉଥିଲା। ଇନ୍ଫୋଭ୍ୟାଲି ଥାନା ଅଧୀନ ଗଙ୍ଗପଡ଼ାରୁ ଗଞ୍ଜେଇ ଭର୍ତ୍ତି କାର୍ ସହ ୩ ଜଣ ନିଶାବେପାରୀଙ୍କୁ କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ ହେଉଛନ୍ତି କନ୍ଧମାଳର ରଞ୍ଜିତ ଦିଗଲ, ଅରୁଣ ସେଠୀ ଓ ଦୁର୍ବାସ କଅଁର। ସେମାନଙ୍କ ଠାରୁ ୧.୨୯ କୁଇଣ୍ଟାଲ ଗଞ୍ଜେଇ ଓ କାର୍ ଜବତ ହୋଇଛି।
ଏସଟିଏଫ୍ ଠାରୁ ମିଳିଥିବା ସୂଚନା ଅନୁସାରେ ରଞ୍ଜିତ ଓ ତା'ର ଦୁଇ ସହଯୋଗୀ କାର ଯୋଗେ ଗଞ୍ଜେଇ ଚାଲାଣ ।ଣ କରୁଥିବା କରୁ ସମୟରେ ଗଙ୍ଗାପଡ଼ା ନିକଟରେ ଏସଟିଏଫ୍ ସେମାନଙ୍କ ଗାଡ଼ିକୁ ଅଟକାଇ ଥିଲା। ତେବେ ସେମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏସଟିଏଫ୍ ମଧ୍ୟ ସେମାନଙ୍କ ପିଛା କରିଥିଲା। ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଅଭିଯୁକ୍ତ ଓ ଏସଟିଏଫ୍ କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଗଙ୍ଗପଡ଼ାର ଏକ କାଜୁ ବଗିଚାରେ କାର ସହ ସେମାନେ ପଶି ଯାଇଥିବା ବେଳେ ଏସଟିଏଫ୍ ସେମାନଙ୍କୁ କାବୁ କରିଥିଲା। କାରକୁ ଯାଞ୍ଚ ପରେ ୪ ବସ୍ତା ଗଞ୍ଜେଇ ବାହାରି ଥିଲା। କଲକାତାରେ ଏହି ଗଞ୍ଜେଇ ପହଞ୍ଚାଇ ଥିଲେ ୫ ଲକ୍ଷ ଟଙ୍କା ପାଇଥାନ୍ତେ ବୋଲି ଜଣାପଡ଼ିଛି। ଗଞ୍ଜେଇ ମଗାଇଥିବା କଲକାତାର ମାଷ୍ଟରମାଇଣ୍ଡକୁ ଚିହ୍ନଟ କରାଯାଇଛି। ମାଫିଆଙ୍କ ଆନ୍ତଃରାଜ୍ୟ ଲିଙ୍କ ଖୋ ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା।
କେରଳମ୍ରେ ମହକୁଛି ଓଡ଼ିଶା ଗଞ୍ଜେଇ
ଓଡ଼ିଶାରୁ କେରଳମ୍କୁ ଗଞ୍ଜେଇ ସହିତ ବହୁ ମୂଲ୍ୟବାନ ତରଳ ଗଞ୍ଜେଇ ବା ‘ହାଶିଶ ଚୋରାଚାଲାଣ ବ୍ୟାପକ ଭାବେ ବଢ଼ିଛି।
ନିକଟରେ କୋରାପୁଟ ଓ ମାଲକାନଗିରିରୁ କେରଳମ୍କୁ ଚାଲାଣ ହେଉଥିବା ପ୍ରାୟ ୨୨୫ କୋଟି ଟଙ୍କାର ତରଳ ଗଞ୍ଜେଇ ଜବତ ଘଟଣାରେ ମାଷ୍ଟରମାଇଣ୍ଡ ଏଲେନ୍ ଜୟରାଜଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ହାଶିଶ ତେଲ କାରବାରର ଅନ୍ତଃରାଷ୍ଟ୍ରୀୟ ଲିଙ୍କ୍ର ତଦନ୍ତ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ କରୁଥିବା ବେଳେ ଏହାର ମୁଖ୍ୟ ସୂତ୍ରଧର ଜଣେ ବିଦେଶୀ ନାଗରିକ ‘ଜନ୍ ବ୍ରିଟୋ' ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚିହ୍ନଟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories