Videos
|
Odisha

ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଦୃଶ୍ୟ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଦୃଶ୍ୟ, ପୋଲିସର ତଦନ୍ତ ଜାରି

Key Points

ଡ୍ରୋନ ମାଧ୍ୟମରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଦୃଶ୍ୟ

ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି

ରଥଯାତ୍ରା ସମୟରେ ଡ୍ରୋନ ମାଧ୍ୟମରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଦୃଶ୍ୟ। ଶୁଭଦୀପ ଆଦକ ନାମକ ଫେସବୁକ ଆଇଡିରୁ ଭାଇରାଲ ହୋଇଛି ଏହି ଭିଡିଓ। ଯିଏକି ପଶ୍ଚିମବଙ୍ଗ ସିଙ୍ଗୁରର ବୋଲି ସୂଚନା ଜଣାପଡ଼ିଛି। ଭିଡିଓରେ ଶ୍ରୀମନ୍ଦିରର ପୂର୍ବ ପଟୁ ଭିତର ବାଇଶି ପାହାଚ, ଭିତର କୁରୁମ ପ୍ରାଚୀର, କାଶୀ ବିଶ୍ୱନାଥ ମନ୍ଦିର, ଚାହାଣି ମଣ୍ଡପ, ଅଗ୍ନିକୋଣ ରୋଶଶାଳା, ଆନନ୍ଦ ବଜାରର ଡ୍ରୋନ ଭିୟୁ ଦେଖାଯାଉଛି। 


ଆଉ ଏକ ଭିଜୁଆଲରେ ପଶ୍ଚିମ ଦ୍ୱାର ପଟରୁ, ଉତ୍ତର ପାର୍ଶ୍ଵ ଓ ଦକ୍ଷିଣରେ ରୋହିଣୀ କୁଣ୍ଡ, ଆଦି ନୃସିହଁ ମନ୍ଦିର, ମୁକ୍ତିମଣ୍ଡପର କିଛି ଅଂଶ ବେହରଣ ଦ୍ୱାର ସ୍ପଷ୍ଟ ଦେଖାଯାଉଛି। ଖାଲି ସେତିକି ନୁହଁ ଶ୍ରୀମନ୍ଦିର ସହିତ ତିନି ରଥର ଭିଡିଓ ଭାଇରାଲ କରିଛି ଉକ୍ତ ଯୁବକ। ତେବେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଛି। ଏହା ନିହାତି ନିନ୍ଦନୀୟ କାର୍ଯ୍ୟ। କିଏ ଏହି ଯୁବକ, ବାରମ୍ୱାର ମନା କରିବା ସତ୍ତ୍ୱେ ବି ଏଭଳି କାର୍ଯ୍ୟ କାହିଁକି କରାଯାଇଛି ତଦନ୍ତ କରୁଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
interior-view-of-srimandir-temple-goes-viral-police-investigation-continues | Argus News