Videos
|
Odisha

ନନ୍ଦନକାନନରେ ପାଳନ ହେବ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନନ୍ଦନକାନନରେ ପାଳନ ହେବ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

Key Points

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ନନ୍ଦନକାନନରେ ପାଳନ ହେବ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ନନ୍ଦନକାନନରେ ପାଳନ ହେବ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ସ୍କୁଲ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଘ୍ର ସୁରକ୍ଷା ପାଇଁ ସଚେତନ ହେବେ । ଏହାସହ ବ୍ୟାଘ୍ର ସୁରକ୍ଷାକାରୀଙ୍କୁ ସମ୍ମାନିତ କରାଯିବ । ଛୋଟ ପିଲାଙ୍କ କୁଇଜ୍ ପ୍ରତିଯୋଗିତା ସହ ଦସ୍ତଖତ ଅଭିଯାନ ମଧ୍ୟ ହେବ । ଏହା ସହ ଭିଡିଓଗ୍ରାଫି ପ୍ରତିଯୋଗିତା ମଧ୍ୟ କରାଯିବ । `X' ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ବନ୍ୟପ୍ରାଣୀ ଉତ୍ସାହୀମାନଙ୍କୁ, ବିଶେଷକରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।


ଭାରତ ସରକାରଙ୍କ ସର୍ବାଙ୍ଗୀନ ସଂରକ୍ଷଣ ପ୍ରୟାସ ଯୋଗୁଁ, ଭାରତରେ ବିଶ୍ବ ବ୍ୟାଘ୍ର ସଂଖ୍ୟାର 70% ରୁ ଅଧିକ ଅଛନ୍ତି । ଓଡ଼ିଶା ବିରଳ ମେଲାନିଷ୍ଟିକ୍ ବାଘର ମଧ୍ୟ ଆବାସସ୍ଥଳ, ଏହା ଏମିତି ଏକ ପ୍ରଜାତି ଯାହା ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ସୋସିଆଲ ମିଡିଆ X ରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି- ବାଘ କେବଳ ଆମର ଜାତୀୟ ପଶୁ ନୁହେଁ, ଏହା ହେଉଛି ଶକ୍ତି ଓ ସାହସର ପ୍ରତୀକ । ଭାରତରେ ବିଶ୍ବର ସର୍ବାଧିକ ସଂଖ୍ୟକ ବାଘ ଥିବା ବେଳେ ଓଡ଼ିଶା ସେଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ବ୍ୟାଘ୍ର ଦିବସ ପାଳନ କରାଯିବ । ନନ୍ଦନକାନନରେ ୩ଟି ପ୍ରଜାତିର ବାଘ ଅଛନ୍ତି । ସାଧାରଣ ରଙ୍ଗ ନାଲି ବାଘ,ଧଳା ବାଘ,କଳା ମେଲାନିସ୍ଟିକ ବାଘ ରହିଛନ୍ତି । ଏ ନେଇ ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା । ସେମାନଙ୍କୁ ପୁରସ୍କୃତ କରାଯିବା ସହ ଜନ୍ତୁ ରକ୍ଷକ ମାନଙ୍କୁ ପୁରସ୍କୃତ କରାଯିବ । ନନ୍ଦନକାନରେ ବାଘମାନଙ୍କ ସଂଖ୍ୟା ଏବେ ୨୭ରେ ପହଞ୍ଚିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

international-tiger-day-is-celebrated-annually-on-july-29th-and-nandankanan-zoological-park-in-bhubaneswar | Argus News