ଗୋଷ୍ଠୀ ସଂଘର୍ଷରେ ଗୋ ସେବକଙ୍କ ମୃତ୍ୟୁ ,ଇଣ୍ଟରନେଟ ସେବା ୨୪ ଘଣ୍ଟା ବନ୍ଦ

Key Points
ଗୋଷ୍ଠୀ ସଂଘର୍ଷରେ ଗୋ ସେବକଙ୍କ ମୃତ୍ୟୁ ପରେ ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଆଜି ସକାଳ ୬ଟାରୁ କାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡ଼ି ବ୍ଲକ, ଧାମନଗର ବ୍ଲକ ଓ NACରେ ଇଣ୍ଟରନେଟ୍ ବନ୍ଦ ।
ଗୋଷ୍ଠୀ ସଂଘର୍ଷରେ ଗୋ ସେବକଙ୍କ ମୃତ୍ୟୁ ପରେ ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଆଜି ସକାଳ ୬ଟାରୁ କାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡ଼ି ବ୍ଲକ, ଧାମନଗର ବ୍ଲକ ଓ NACରେ ଇଣ୍ଟରନେଟ୍ ବନ୍ଦ । ସାମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଉତ୍ତେଜନା ସୃଷ୍ଟି ପାଇଁ ବିବାଦୀୟ ପୋଷ୍ଟ ଯେପରି ନହେବ ତାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଛି । ଭଦ୍ରକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତିହିଡି ଓ ଧାମନଗର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ ୩୦ ତାରିଖରେ ତିହିଡି ଥାନା ଅଧିନସ୍ଥ କଷଟି ଗାଁରେ ଗୋ ଚାଲାଣକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣ ହୋଇଥିଲା ।
ଏଥିରେ କଷଟି ଗାଁର ସନ୍ତୋଷ ପରିଡା ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଭଦ୍ରକ ତିହିଡି ଏବଂ ଧାମନଗର ଅଞ୍ଚଳରେ ଛାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହିପରି ଆଜି ମୃତ ସନ୍ତୋଷଙ୍କ ଶବ ତାଙ୍କ ଗାଁ ଅଭିମୁଖେ ଆସିବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ମୃତ ସନ୍ତୋଷଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି । ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।