ଭଦ୍ରକରେ ବଢିଲା କଟକଣା; ଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ
·1 year ago·1 min read

Key Points
ଭଦ୍ରକରେ ବଢିଲା ଇଣ୍ଟରନେଟ କଟକଣା
ଗତକାଲି ୨୪ ଘଣ୍ଟା ବନ୍ଦ ରହିଥିଲା ଇଣ୍ଟରନେଟ ସେବା
ଆଜି 12 ଘଣ୍ଟା ପୁଣି ଇଣ୍ଟରନେଟ୍ ସେବା ବନ୍ଦ
ଭଦ୍ରକରେ ବଢିଲା ଇଣ୍ଟରନେଟ କଟକଣା । ଆଜି ଆହୁରି ୧୨ ଘଣ୍ଟା ବନ୍ଦ ରହିଛି ଇଣ୍ଟରନେଟ ସେବା । ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ସୂଚନା ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଗତକାଲି ୨୪ ଘଣ୍ଟା ବନ୍ଦ ରହିଥିଲା ଇଣ୍ଟରନେଟ ସେବା । ଗୋ ଚାଲାଣକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୋ ସେବକଙ୍କ ମୃତ୍ୟୁ ପରେ ଚାପା ଉତ୍ତେଜନା ପରେ ସ୍ଥିତି ଶାନ୍ତ ପଡିଥିଲା । ବ୍ୟାପକ ଫୋର୍ସ ମୁତୟନ ହେବା ସହ ବିବାଦୀୟ ପୋଷ୍ଟ ନକରିବା ପାଇଁ ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଗତକାଲି ୨୪ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଉତ୍ତେଜନା ସୃଷ୍ଟି ପାଇଁ ବିବାଦୀୟ ପୋଷ୍ଟ ଯେପରି ନହେବ ତାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: