|
logo
Live

Argus News - ଫସିବେ ଅଚ୍ୟୁତ ! ନେପାଳ PMଙ୍କ ଟ୍ୱିଟ୍ ପରେ ବଢ଼ିଲା KIITର ଅଡ଼ୁଆ

Odisha

ଫସିବେ ଅଚ୍ୟୁତ ! ନେପାଳ PMଙ୍କ ଟ୍ୱିଟ୍ ପରେ ବଢ଼ିଲା KIITର ଅଡ଼ୁଆ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଫସିବେ ଅଚ୍ୟୁତ ! ନେପାଳ PMଙ୍କ ଟ୍ୱିଟ୍ ପରେ ବଢ଼ିଲା KIITର ଅଡ଼ୁଆ

ରାଜ୍ୟ ଏବଂ ଦେଶକୁ ବଦନାମ କରିଛି କିଟ୍ ବିଶ୍ୱବିଦ୍ୟାଳୟ । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାଁ ବି ସାମ୍ନାକୁ ଆସିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ ପରେ ଏବେ ଚିନ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ। କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ବଢ଼ିଲା ଚାପ। ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପମାନ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି। ଅଚ୍ୟୁତଙ୍କ ବିରୋଧରେ ହୋଇପାରେ ବଡ଼ ଆକ୍ସନ।

ଅନ୍ୟପଟେ KIITର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ୍ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । କିଟ୍ ବହୁ ଜମିକୁ ଜବରଦଖଲ କରିଛି । ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି । ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ KIITର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ ଜମି କିଣିଛି KIIT । ଗୁଣ୍ଡା ଲଗାଇ ଜମି ମାଲିକଙ୍କଠାରୁ ଜମି ହାତେଇଛି KIIT । ଆଜି ବିଧାନସଭାରେ ବିଧାୟକ ବାବୁ ସିଂ ଏ ପ୍ରସଙ୍ଗ ଉଠାଇ ଅଚ୍ୟୁତଙ୍କ ଗିରଫ ଦାବି କରିଛନ୍ତି ।

ସେହିଭଳି KIIT ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ସେ କହିଛନ୍ତି 'KIIT ଘଟଣା ପାଇଁ ଓଡ଼ିଶା ନିନ୍ଦିତ ହୋଇଛି, ଯାହା ଘଟିଛି ଲଜ୍ଜାଜନକ'। ଆଉ ଜଣେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି କିଟ୍ ଘଟଣା ନେଇ ତଦନ୍ତ ହେବା ଦରକାର। 'ତଦନ୍ତରେ ଜଣାପଡିବ କେଉଁ ପରିସ୍ଥିତିରେ ଘଟଣା ଘଟିଲା ଆଉ ଦୋଷୀ କିଏ ?'

ସେପଟେ ମାନବାଧିକାର କମିଶନରେ ପହଞ୍ଚିଲାଣି KIIT ଛାତ୍ରୀ ମୃତ୍ୟୁ ମାମଲା। ୧୯ ବର୍ଷୀୟା ବିଟେକ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି । ଏହାସହ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ପଚାଶ ଲକ୍ଷ ଟଙ୍କା ଦେବାକୁ ଦାବି କରି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ ଦାଶ । ଏହି ମାମଲାରେ ଭୁବନେଶ୍ବର ଡିସିପି, ପୋଲିସ କମିଶନର, ପୋଲିସ ଡିଜି, ରାଜ୍ୟ ଗୃହ ସଚିବ ଏବଂ କିଟ୍ କଲେଜ କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫସିବେ ଅଚ୍ୟୁତ ! ନେପାଳ PMଙ୍କ ଟ୍ୱିଟ୍ ପରେ ବଢ଼ିଲା KIITର ଅଡ଼ୁଆ | Argus News