ସୁନ୍ଦରଗଡ଼ ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣାରେ ଚାଲିଛି ଛାନଭିନ

Key Points
ବିସ୍ଫୋରକ ସାମଗ୍ରୀର ଚାଲିଛି ଛାନଭିନ
ନକ୍ସଲ ଲୁଟ କରି ନେଇଥିବା ବିସ୍ଫୋରକ ସାମଗ୍ରୀ ଗୋଦାମରେ SIT
ବଡ଼ଗାଁ ଇତମାରେ ପହଞ୍ଚି ତନାଘନା କରିଛି ଟିମ୍
ଅନ୍ୟପଟେ ଲୁଟ୍ ଘଟଣାକୁ ନେଇ ଗୃହବିଭାଗ ସଚିବ ବୈଠକ
ପୋଲିସ ଡିଜିଙ୍କ ସହ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା
ସୁନ୍ଦରଗଡ଼ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଚାଲିଛି ଛାନଭିନ । ନକ୍ସଲ ଲୁଟ କରି ନେଇଥିବା ବିସ୍ଫୋରକ ସାମଗ୍ରୀ ଗୋଦାମର ଛାନଭିନ୍ ଆରମ୍ଭ କରିଛି SIT । ବଡ଼ଗାଁ ଇତମାରେ ପହଞ୍ଚି ତନାଘନା କରିଛି SIT ଟିମ୍ । ଅନ୍ୟପଟେ ଏହି ଲୁଟ୍ ଘଟଣାକୁ ନେଇ ଗୃହବିଭାଗ ସଚିବ ବୈଠକ କରିଛନ୍ତି । ପୋଲିସ ଡିଜିଙ୍କ ସହ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି ।
ଲୁଟ ପଛରେ ମାଓବାଦୀଙ୍କ ଭୂମିକା ଥିବାରୁ କିଛି କେନ୍ଦ୍ରୀୟ ଫୋର୍ସ ମଧ୍ୟ ସେହି ଅଞ୍ଚଳ ପାଇଁ ମଗାଯାଇଛି । ଏଥିସହ ଝାଡ଼ଖଣ୍ଡ ପୋଲିସ ସହ ମିଳିତ ଭାବେ ମଧ୍ୟ ସମନ୍ବୟ ରଖି ବିସ୍ଫୋରକ ଜବତ ପାଇଁ ପ୍ରୟାସ ଚାଲିଛି । କିଛି ସାମଗ୍ରୀ ମଧ୍ୟ ଠାବ କରାଯାଇଛି । CRPF ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳ ଏହି ଅପରେସନରେ ସାମିଲ ଅଛନ୍ତି । ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହେବା ପର୍ଯ୍ୟନ୍ତ ଅପରେସନ ଚାଲିବ ।
ବିସ୍ଫୋରକ ସାମଗ୍ରୀ ଠାବ ବେଳେ ମାଓ ଆକ୍ରମଣର ଭୟ ରହିଥିବାରୁ କିପରି ସୁରୁଖୁରୁରେ ଅପରେସନ ହେବ ସେନେଇ ପ୍ରସ୍ତୁତି କରାଯାଉଛି । ବନ ବିଭାଗର ମ୍ୟାପ ଆଧାରରେ କେଉଁ ଅଞ୍ଚଳ ଦୁର୍ଗମ ରହିବ ଓ କିପରି ସେହି ଅଞ୍ଚଳରେ ଅପରେସନ ହୋଇପାରିବ ସେନେ ମଧ୍ୟ ଆଲୋଚନା କରାଯାଉଛି । ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣାରେ NIAର ଏକ ଟିମ୍ ଆସି ତନାଘନା କରି ଯାଇଛନ୍ତି ।