Videos
|
Odisha

କ୍ଷମତାରୁ ଯିବା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ବିଜେଡି ନେତା

Smruti Parija
Browse all articles by Smruti Parija
·1 year ago·2 min read
କ୍ଷମତାରୁ ଯିବା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ବିଜେଡି ନେତା

Key Points

  • କ୍ଷମତାରୁ ଯିବା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ବିଜେଡି ନେତା
  • ନେତାଙ୍କ ପ୍ରୋତ୍ସାହନରେ ସମର୍ଥକ ଆପଣାଇଛନ୍ତି ହିଂସାର ରାସ୍ତା
  • ବିଞ୍ଚାରପୁର RTI କର୍ମୀ ଓ ପତ୍ନୀଙ୍କୁ ଆକ୍ରମଣର ଅଭିଯୁକ୍ତ ପ୍ରମିଳାଙ୍କ ସମର୍ଥକ
  • ନୟାଗଡ଼ ଚଣ୍ଡୀବସ୍ତ ଆକ୍ରମଣ ମାମଲାରେ ଅରୁଣଙ୍କ ଅନୁଗତ ମୁଦାଲା ନମ୍ବର ଏକ
  • ଅଭିଯୁକ୍ତଙ୍କୁ ଦୁଇ ବିଜେଡି ବିଧାୟକ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ
  • ଲୋକଙ୍କ ଅପେକ୍ଷା ଉଭୟ ମାମଲାରେ ପୋଲିସ କେବେ ନେବ ଦୃଢ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଏଯାଏ ଗିରଫ ହେଲାନି ବିଞ୍ଚାରପୁର RTI କର୍ମୀ ଅଶୋକ ପତି ଓ ପତ୍ନୀ ଲତିକା ପତିଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ରଥ।  
ସେପଟେ ଅଶୋକ ଓ ଲତିକାଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ମିଳୁଛି ହତ୍ୟା ଧମକ। ପୋଲିସ ସୁରକ୍ଷା ହଟିଗଲା ପରେ କଣ ହେବ ସେ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଶୋକଙ୍କ ପରିବାର। ବୁଧବାର ଯାଜପୁର ଏସପିଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଅଶୋକ। ମୁଖ୍ୟ ଅଭିଯୁକ୍ତ ଶିବ ରଥ ହେଉଛି ରାହାସୋଇ ସରପଞ୍ଚଙ୍କ ସ୍ବାମୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଖାସ ଅନୁଗତ। ଅଭିଯୁକ୍ତମାନଙ୍କୁ ପ୍ରମିଳା ମଲ୍ଲିକ୍ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ କରି ଆସୁଛନ୍ତି ପୀଡ଼ିତ।

ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ନେଇ ପୋଲିସ ଭୂମିକା ଏବେ ସନ୍ଦେହ ଘେରରେ। ଏହା ବିରୋଧରେ ଗୁରୁବାର ଯାଜପୁର ଏସପିଙ୍କ ଅଫିସ ଆଗରେ ଧାରଣାରେ ବସିବ ଓଡିଶା ସୂଚନା ଅଧିକାର ଅଭିଯାନ। 

ସେପଟେ ନୟାଗଡ଼ ଚଣ୍ଡୀବସ୍ତରେ ଗୋଟିଏ ପରିବାରର ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ମହିଳା। ତେବେ ମୁଖ୍ୟ ଅଭିଯୁକ୍ତ ସମୀର ବିଶ୍ବାଳକୁ ଏଯାଏ ଗିରଫ କରିନି ପୋଲିସ। ସମୀର ହେଉଛି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଖାସ ଅନୁଗତ। କାମରେ ଯିଏ ବାଧା ଦେବ ତାର ଧୁଲାଇ କରିବା ଲାଗି ନିକଟରେ ନିଜ ସମର୍ଥକଙ୍କୁ ଆହ୍ବାନ ଦେଇଥିଲେ। ଆଉ ତାପରେ ସମର୍ଥକମାନେ କାମରେ କରି ଦେଖାଇଦେଲେ। 

କ୍ଷମତାରୁ ଯିବା ପରେ ମାନସିକ ଭାରସାମ୍ୟ ହରାଉଛନ୍ତି ବିଜେଡି ନେତା। କେଉଁଠି ନେତାଙ୍କ ପ୍ରୋତ୍ସାହନରେ ହିଂସା ଘଟାଉଛନ୍ତି ସମର୍ଥକ ତ କେଉଁଠି ଅଭିଯୁକ୍ତ ସମର୍ଥକଙ୍କର ବିଜେଡି ନେତା ସାଜିଛନ୍ତି ସୁରକ୍ଷାଦାତା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଲୋକଙ୍କର ଅପେକ୍ଷା ଉଭୟ ନୟାଗଡ଼ ଓ ବିଞ୍ଝାରପୁର ମାମଲାରେ କେବେ ବନ୍ଧା ହେବେ ମୁଖ୍ୟ ଅଭିଯୁକ୍ତ ଏବଂ ପୋଲିସ କିଭଳି ନେଇଛି କାର୍ଯ୍ୟାନୁଷ୍ଠାନ।