Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାୟିତ୍ଵ ଗ୍ରହଣ କଲେ ଭୁବନେଶ୍ଵରର ନୂଆ ଡିସିପି, ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ଵ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦାୟିତ୍ଵ ଗ୍ରହଣ କଲେ ଭୁବନେଶ୍ଵରର ନୂଆ ଡିସିପି, ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ଵ

ଭୁବନେଶ୍ଵର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଗମୋହନ ମୀନା । ଦାଯିଥ୍ଵ ଗ୍ରହଣ ପରେ ରାଜଧାନୀବାସୀଙ୍କୁ ସୁରକ୍ଷା ଦେବା ପ୍ରଥମ କାମ କହିଛନ୍ତି ନୂଆ ଡିସିପି । ‘ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ଵ ଦେଇଛନ୍ତି । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ ବୋଲି କହିଛନ୍ତି ।


ସିସିଟିଭି ସର୍ଭେଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ । ପୋଲିସ ମେକାନିଜମକୁ ବୃଦ୍ଧି କରାଯିବ । ନବନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ କହିଛନ୍ତି ନୂଆ ଡିସିପି । ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜିକୁ ଗୁରୁତ୍ଵ ଦିଆଯିବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜଧାନୀରେ ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ନୂଆ ଟିମ ଗଠନ କରାଯିବ । ଟ୍ରାଫିକ ସମସ୍ୟା ଦୂର ପାଇଁ ସ୍ଵତନ୍ତ୍ର ରଣନୀତି ଆପଣା ଯିବ । ସାଧାରଣ ଲୋକଙ୍କ ସମସ୍ୟା ଦୂରୀକରଣ ପାଇଁ ଡିସିପି ତାଙ୍କ ନମ୍ବର ୮୨୮୦୩୩୮୩୦୨ ଜାରି କରିଛନ୍ତି । ଯେଉଁଥିରେ ଲୋକେ ହ୍ଵାଟ୍ସଆପ୍‌ ମାଧ୍ୟମରେ ଅଭିଯୋଗ କରି ପାରିବେ ବୋଲି କହିଛନ୍ତି ଡିସିପି ।


ଏସ୍ଆଇ, ଏଏସ୍ଆଇ କରୁଥିବା ତଦନ୍ତ ନିରପେକ୍ଷ ପାଇଁ ଚେଷ୍ଟା କରାଯିବ । ସେଥିପାଇଁ ତାଙ୍କ ଉପରେ ଏସିପି, ଏଡିସିପି ଗାଇଡ୍ ଭାବେ କାମ କରିବେ । ୧୧୨ ସେବାକୁ ତ୍ଵରିତ କରିବା ପାଇଁ କାମ କରିବୁ । ସାଇବର ଅପରାଧ ରୋକିବାକୁ ସାଇବର ଥାନାକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିଛନ୍ତି ନୂଆ ଡିସିପି ଜଗମୋହନ ମୀନା । ସେହିଭଳି ବାହାର ଅପରାଧୀଙ୍କୁ ଧରିବା ଲାଗି ସିସିଟିଭି ସର୍ଭେଲାନ୍ସକୁ ବଢ଼ାଯିବ ।

Sponsored
IPS Jagmohan Meena Join As Bhubaneswar DCP | Argus News