ବିଜେଡି ପ୍ରଚାର ପରିଚାଳନା କରୁଛନ୍ତି କି କୁଟ୍ଟେ ?

Key Points
- ବିଜେଡି ପ୍ରଚାର ପରିଚାଳନା କରୁଛନ୍ତି କି କୁଟ୍ଟେ ?
- ହଟାଇବାକୁ ସିଇଓଙ୍କୁ ଫେରାଦ ହେଲା ବିଜେପି
- ଜଣେ IPSଙ୍କୁ ସିଏମଓଙ୍କ ସ୍ବତନ୍ତ୍ର ସଚିବ କରାଯିବା ଓଡ଼ିଶା ଇତିହାସରେ ପ୍ରଥମ
- ଥାନା, ସିଏମଓକୁ ବ୍ୟବହାର କରି ଦଳୀୟ କାମରେ ଲଗାଉଥିବା ଅଭିଯୋଗ
- ସରକାରୀ ଅଧିକାରୀଙ୍କ ପାଇଁ ବିଜେଡିର ଓକିଲାତି
- ବିଜେପିର ଅଭିଯୋଗ ପରେ ହଟିବେ କି କୁଟ୍ଟେ ?
ଅର୍ଗସ ବ୍ୟୁରୋ: ଆଇପିଏସ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଡି.ଏସ. କୁଟ୍ଟେଙ୍କ ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।
କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିଲେ। କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ କୌଣସି ସରକାରୀ ଅଧିକାରୀ ଦଳୀୟ ନିର୍ବାଚନ କାମରେ ସଂପୃକ୍ତ ହୋଇପାରିବେ ନାହିଁ । କିନ୍ତୁ କୁଟ୍ଟେ ନିର୍ବାଚନରେ ବିଜେଡିର ଟଙ୍କା ପରିବହନ କରିବା ଓ ବାଣ୍ଟିବା ପାଇଁ ଆଇଆଇସି ଓ ଏସପି ମାନଙ୍କୁ ଧମକାଉଥିବା ଅଭିଯୋଗ କରିଛି ବିଜେପି। ବିରୋଧୀ ଦଳଙ୍କ ଏତଲା ପୋଲିସ ରଖୁନି କିନ୍ତୁ ବିଜେଡି ନେତାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛି ବିଜେପି । ଏହାସହ ରାଜନୈତିକ ଲୋକ ମାନଙ୍କୁ ଫୋନ କରି କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ଦଳ।
ବିଜେପିର ଅଭିଯୋଗ ପରେ ସରକାରୀ ଅଧିକାରୀଙ୍କ ସପକ୍ଷରେ ଓକିଲାତି କରିବାକୁ ସାମ୍ନାକୁ ଆସିଛି ଶାସକ ଦଳ। ନିର୍ବାଚନ ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ଉପରେ ମିଛ ଆରୋପ ଲଗାଉଥିବା କରିଛି ଅଭିଯୋଗ।
ବିଭିନ୍ନ ଅଭିଯୋଗ ଆଧାରରେ କିଛି ଦିନ ଭିତରେ ରାଜ୍ୟର ୬ ଜଣ ଆଇପିଏସ ଓ ୨ ଜଣ ଆଇଏଏସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ନିର୍ବାଚନ କମିଶନ। ଏବେ ପ୍ରଶ୍ନ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ପରେ ଡି.ଏସ. କୁଟ୍ଟେଙ୍କ ବିରୋଧରେ ବି ହେବ କି ସମାନ ଆକ୍ସନ ?
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...