Videos
|
Odisha

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

Smruti Parija
Browse all articles by Smruti Parija
·1 year ago·1 min read
ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

Key Points

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ରାଜ୍ୟପାଳ ଏନେଇ ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । କିଛିଦିନ ପୂର୍ବରୁ କମେଡି ଇନ ଖାକି ବହି ଲେଖି ଚର୍ଚ୍ଚାରେ ଥିଲେ ପ୍ରକାଶ ମିଶ୍ର ।


ନିଜ ଚାକିରୀ କାଳ ଏବଂ ଦୈନଦିନ ଜୀବନର କିଛି କଥାକୁ ଏହି ବହିରେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ପ୍ରକାଶ ମିଶ୍ର । 179 ବିଶିଷ୍ଟ ଏହି ପୁସ୍ତକରେ ରହିଛି 10ଟି ଅଧ୍ୟାୟ । ଖରାପ ସ୍କୁଲ କ୍ୟାରିଅରରୁ IPS ହେବାର ଜୀବନଯାତ୍ରା ବିଷୟରେ ପୁସ୍ତକରେ ଲେଖିଛନ୍ତି ପ୍ରକାଶ ମିଶ୍ର । 10 ଟି ଅଧ୍ୟାୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଦି ଅନ କିନୀ ବସ ଅଧ୍ୟ୍ୟୟ । ଯେଉଁଥିରେ ନାଁ ନନେଇ ନବୀନକୁ ଟାର୍ଗେଟ କରିଛନ୍ତି ପ୍ରକାଶ ମିଶ୍ର । କେମିତି ନବୀନ ଜଣେ ବିଚିତ୍ର ନେତା ବିଭିନ୍ନ ଉଦାହରଣ ଦେଇ ଲେଖିଛନ୍ତି । ରାଜ୍ୟ ସମ୍ଭଳିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥାକୁ କେମିତି ହାଲକା ଭାବେ ନିଅନ୍ତି ନବୀନ । ନାଁ ନନେଇ ଏସବୁକୁ ଗୋଟି ଗୋଟି କରି ବଖାଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ips-prakash-mishra-appointed-as-advisor-of-chief-minister-mohan-majhi | Argus News