Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

Key Points

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପୁରୀର ଜିଲ୍ଲାପାଳ ଏବଂ ଏସଟିଏଫ ଡିଆରଜି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦିଆଯାଇଛି ଦାଯିତ୍ବ। ସେହିପରି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପାରିଚାଳନାର ଦିଆଯାଇଛି ଅତିରିକ୍ତ ଦାୟିତ୍ବ। ଏହାଛଡ଼ା ପୋଲିସ ଆଧୁନୀକିକରଣ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବିଭିନ୍ନ ଉତ୍ସବ ଓ ନୀତିକାନ୍ତି ବେଳେ ପୋଲିସ ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଛି ।

IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ ବୁଝିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ ।

ରବିବାର ଭୋରରୁ ଶରଧାବାଲିରେ ଦଳଚକଟା ଘଟି ୩ ଭକ୍ତଙ୍କର ଜୀବନ ଚାଲିଗଲା ବହୁ ଭକ୍ତ ଆହତ ହେଲେ। ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଲା ତୀବ୍ର ପ୍ରତିକ୍ରିୟା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଏ ଘଟଣାକୁ ନେଇ ଏକ୍ସରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ ସିଏମ୍। ଅପରାହ୍ମ ଗୋଟାଏ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ବି ହୋଇଥିଲେ ସାମିଲ।

ଆଉ ଅପରାହ୍ନ ୨ଟା ବେଳକୁ ଘୋଷଣା କରାଯାଇଥିଲା ଆକ୍ସନ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ଓ ଏସପି ବୀନିତ ଅଗ୍ରୱାଲଙ୍କୁ ବଦଳି ସହ DCP ବିଷ୍ଣୁ ପ୍ରସାଦ ପତି ଏବଂ OSAP ତୃତୀୟ ବାଟାଲିଅନର କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ ନେଇ କରାଯାଇଥିଲା ଘୋଷଣା। ଏଥିସହ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବ ଦଳାଚକଟାର ପ୍ରଶାସନିକ ତଦନ୍ତ। ମାସେ ଭିତରେ ତଦନ୍ତ ରିପୋର୍ଟ ଆସିବା ସହ ଅଘଟଣ ପାଇଁ ଦାୟୀ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଏଥିସହ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପୁରୀର ଜିଲ୍ଲାପାଳ ଏବଂ ଏସଟିଏଫ ଡିଆରଜି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦିଆଯାଇଛି ଦାଯିତ୍ବ। ସେହିପରି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପାରିଚାଳନାର ଦିଆଯାଇଛି ଅତିରିକ୍ତ ଦାୟିତ୍ବ। ଏହାଛଡ଼ା ପୋଲିସ ଆଧୁନୀକିକରଣ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବିଭିନ୍ନ ଉତ୍ସବ ଓ ନୀତିକାନ୍ତି ବେଳେ ପୋଲିସ ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ପୁରୀ ଏସପି ରହିସାରିଥିବା ବେଳେ ରଥଯାତ୍ରାରେ ପୋଲିସ ପରିଚାଳନାର ସ୍ବତନ୍ତ୍ର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ସେହିପରି ଅରବିନ୍ଦ ଅଗ୍ରୱାଲ ପୂର୍ବରୁ ପୁରୀ ଜିଲ୍ଲାପାଳ ଦାୟିତ୍ବରେ ରହିସାରିଛନ୍ତି । ତେଣୁ ତାଙ୍କର ରଥଯାତ୍ରା ପରିଚାଳନା ନେଇ ଅଭିଜ୍ଞତା ରହିଛି। ପିନାକ ମିଶ୍ର ମଧ୍ୟ ପୂର୍ବରୁ ପୁରୀ ଏସପି ଥିଲେ। ନିଯୁକ୍ତି ଘୋଷଣା ପରେ
ଉଭୟ ଚଞ୍ଚଳ ରଣା ଓ ପିନାକ ମିଶ୍ର ଦାୟିତ୍ବରେ ଯୋଗଦେବା ସହ ଗ୍ରାଉଣ୍ଡରେ ପହଞ୍ଚି ରଥଯାତ୍ରା ପରିଚାଳନା କାମ ସମ୍ଭାଳିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPS Saumendra Priyadarshi given big responsibility of Rath Yatra | Argus News