Police Van Accident / ପୋଲିସ ଭ୍ୟାନକୁ ଧକ୍କା ଦେଲା ଲୁହା ବୋଝେଇ ଟ୍ରକ: ୨ପୋଲିସ କର୍ମଚାରୀ ମୃତ
·1 day ago·2 min read

Key Points
ଭଦ୍ରକ ବାସୁଦେବପୁରରେ ପୋଲିସ ଭ୍ୟାନ୍କୁ ଧକ୍କା ଦେଲା ଲୁହା ବୋଝେଇ ଟ୍ରକ
ମର୍ମନ୍ତୁଦ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀ ମୃତ, ଏସ୍ଆଇଙ୍କ ସମେତ ୨ ଗୁରୁତର
ବିରସ ଛକରେ ଦୁର୍ଘଟଣା; ଟ୍ରକ୍କୁ ଅଟକ ରଖି ନୟାକାଣୀଡିହି ପୋଲିସର ତଦନ୍ତ ଆରମ୍ଭ

ପୋଲିସ ଗାଡିକୁ ଧକ୍କା ଦେଲା ଟ୍ରକ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ଏଠାରେ ଗୁରୁବାର ବିଳମ୍ବିତ ରାତ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଫଳରେ୨ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ପୁରୀ ଜିଲ୍ଲାର ପୋଲିସ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ କନଷ୍ଟେବଳ ଅଜୟ ବାଗ ଏବଂ ଝାରସୁଗୁଡ଼ାର ହିମାଂଶୁ ରାୟଙ୍କର ମୃତ୍ୟୁ ହୋଇଥିବାବେଳେ ଅସ୍ତରଙ୍ଗ ଥାନାର ଏସାଇ ଦିବ୍ୟ ରଞ୍ଜନ ସାହୁ ଏବଂ ହୋମଗାର୍ଡ ପ୍ରଶାନ୍ତ ଜେନା ଗୁରୁତର ଅଛନ୍ତି।
ରିପୋର୍ଟ ଅନୁସାରେ, ଧାମରା-ବାସୁଦେବପୁର ରାସ୍ତାର ବିରସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛକରେ ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ସହ ପୁରୀ ପୋଲିସ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା।
କୁହାଯାଉଛି ଯେ, ପୁରୀ ପୋଲିସର ଏକ ଟିମ୍ ମୋବାଇଲ୍ ଟ୍ରାକିଂ କାର୍ଯ୍ୟରେ ଧାମରା ଅଞ୍ଚଳକୁ ଆସିଥିଲେ । ବାସୁଦେବପୁରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅର୍ଥାତ ଧାମରା ଅଭିମୁଖେ ଯାଉଥିବା ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଭାରସାମ୍ୟ ହରାଇ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତେ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଗାଡ଼ି ଚାଳକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ହସ୍ପିଟାଲରେ ୨ଜଣ ପୋଲିସ କର୍ମଚାରୀଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ପଠାଇଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ଲୁହା ପ୍ଲେଟ୍ ବୋଝେଇ ଟ୍ରକକୁ ନୟାକାଣୀଡିହି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories