Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଟେଶ୍ଵର ବେଳାଭୂମିକୁ କୁଆଡ଼ୁ ଆସିଲା ଅଢ଼େଇ ଫୁଟ୍‌ର ଲୌହ ପିଣ୍ଡ ?

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବଟେଶ୍ଵର ବେଳାଭୂମିକୁ କୁଆଡ଼ୁ ଆସିଲା ଅଢ଼େଇ ଫୁଟ୍‌ର ଲୌହ ପିଣ୍ଡ ?

Key Points

ସବୁଜ ରଙ୍ଗର ଏହି ଲୁହା ପିଣ୍ଡଟିର ଲମ୍ବ ଅଢ଼େଇ ଫୁଟ୍ ହୋଇଥିବା ବେଳେ ଓଜନ ପ୍ରାୟ ୮୦ କେଜି ବୋଲି ଜଣାପଡ଼ିଛି ।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଟେଶ୍ୱେର ସମୁଦ୍ର କୂଳରେ ସବୁଜ ରଙ୍ଗର ଲୁହା ବକ୍ସକୁ ନେଇ ଆତଙ୍କ । ଲୋକେ ଛାନିଆଁ, କୁଆଡ଼ୁ ଆସିଲା ଏତେ ବଡ଼ ଲୁହାର ବକ୍ସ ? ସବୁଜ ରଙ୍ଗର ଏହି ଲୁହା ପିଣ୍ଡଟିର ଲମ୍ବ ଅଢ଼େଇ ଫୁଟ୍ ହୋଇଥିବା ବେଳେ ଓଜନ ପ୍ରାୟ ୮୦ କେଜି ବୋଲି ଜଣାପଡ଼ିଛି । ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ନିକଟ ବଟେଶ୍ୱର ସମୁଦ୍ର କୂଳରେ ଏହା ଲାଗିଛି ।


ଏହି ଲୁହା ବକ୍ସଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଲୋକେ ଭିନ୍ନ ଭିନ୍ନ କଥା କହୁଛନ୍ତି । ଖବର ପ୍ରଚାରିତ ହେବା ପରେ ପ୍ରଶାସନ ପହଞ୍ଚିଛି । ନୌସେନା ଅଧିକାରୀ କହିଛନ୍ତି, ଏହି ଯନ୍ତ୍ରଟି ସମୁଦ୍ର ମଧ୍ୟରେ ବିଭିନ୍ନ ଦେଶର ଜଳ ସୀମା ନିର୍ଦ୍ଧାରିତ କରିଥାଏ । କୌଣସି କାରଣବଶତଃ ଏହା ଭାସି ଆସି କୂଳରେ ଲାଗିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥାନୀୟ ବନ ବିଭାଗ ଅନୁସାରେ, ଏହା ଯାହାଜରେ ଲାଗୁଥିବା ଏକ ଯନ୍ତ୍ରାଂଶ । ଏବେ ଯନ୍ତ୍ରଟିକୁ ବନ ବିଭାଗ ଓ କୋଷ୍ଟ ଗାର୍ଡ ଜଗିଛି । ସେଥିରେ ଲେଖା ଅଛି ଏଏମ୍ଏସ୍-୬ । ଏହା କୌଣସି କାର୍ଗୋ ଜାହାଜର ଅଂଶ ହୋଇଥାଇପାରେ ।


ତେବେ ଏଭଳି କୌଣସି ସାମଗ୍ରୀ ସମୁଦ୍ର କୂଳରେ ଲାଗିବା ନୂଆ କଥା ନୁହେଁ । ନିକଟରେ ପ୍ରସିଦ୍ଧ ପୁରୀ ବେଳାଭୂମିରେ ମଧ୍ୟ ଏକ କଣ୍ଟେନର ଭାସି ଭାସି ଆସି ଲାଗିଥିଲା । ଆଉ ଏବେ ଗଞ୍ଜାମର ବଟେଶ୍ଵର ସମୁଦ୍ର କୂଳରେ ଲୌହ ପିଣ୍ଡ ଲାଗିଛି । 

Sponsored
Iron Object Found On Ganjam Bateswar Beach | Argus News