Videos
|
Odisha

ଖେଳୁଥିବା ବେଳେ ଅଘଟଣ, ନାବାଳକ ଛାତିରେ ପଶିଗଲା ଲୁହା ରଡ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଖେଳୁଥିବା ବେଳେ ଅଘଟଣ, ନାବାଳକ ଛାତିରେ ପଶିଗଲା ଲୁହା ରଡ

ଲୁହା ରଡ଼ରେ ଝୁଲି ରହିଲା ୧୩ ବର୍ଷର ବାଳକ । ଏଭଳି ଅଘଟଣ ଘଟିଛି ଭୁବନେଶ୍ଵର ସ୍ଥିତ ନୟାପଲ୍ଲୀ ଅଞ୍ଚଳରେ । ରାଜଧାନୀରେ ବର୍ଷା ଝଡ ବେଳେ ଛାତ ଉପରେ ଖେଳୁଥିଲା ଏହି ନାବାଳକ । ଏହି ସମୟରେ ସାମାନ୍ୟ ଅସାବଧାନତା ହେତୁ ତଳକୁ ଖସି ପଡିଥିଲେ । ତଳେ ପଡିବା ସମୟରେ ତଳେ ଥିବା ମୁନିଆ ଲୁହା ରଡ ଛାତିରେ ପଶି ବେକ ବାଟେ ବାହାରିଯାଇଥିଲା । ଛାନିଆରେ ଚିତ୍କାର କରିଥିଲେ ନାବାଳକ । ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିଛି । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: