ମଣ୍ଡିରେ ଧାନକିଣାରେ ଅନିୟମିତତା: ଧାନରଖି ରାସ୍ତାରୋକ
·1 year ago

ପୁଣି ତାତିଲେ ଚାଷୀ। ସେରଗଡ଼ ନୀଳଗିରି ଉଦଳା ୧୯ ନଂ ରାଜ୍ୟ ରାଜପଥ ରାସ୍ତାରେ ବସିଲେ ଚାଷୀ। ଧାନବସ୍ତା ରାସ୍ତାରେ ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ। ଛତ୍ରପୁର ଧାନମଣ୍ଡିରେ ଧାନକିଣାରେ ଅନିମିୟତା ପାଇଁ ଆଜି ଶତାଧିକ ଚାଷୀ ଧାନବସ୍ତାକୁ ରାସ୍ତାରେ ରଖି ରାଜ୍ୟ ରାଜପଥ ରାସ୍ତାର ଛତ୍ରପୁର ଠାରେ ରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ଚାଷୀ।
ଅଭିଯୋଗ ଅନୁଯାୟୀ କାହାର ଟୋକନ ଅନୁସାରେ ଧାନ କିଣାଯାଇପାରୁନାହିଁ ତ କିଏ ଆଖି ସ୍କାନ ନ କରିପାରି ଧାନ ବିକି ପାରୁନି। ଫଳରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖବର ପାଇ ବରହମପୁର ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: