ଠପ୍ ହୋଇଯାଇଛି ଜଳସେଚନ କାମ, ସମସ୍ୟାରେ ପାହାଡ଼ି ଚାଷୀ

Key Points
ମୃତ୍ୟୁ ଶଯ୍ୟାରେ କୁଆଁରିଆ ଜଳ ଭଣ୍ଡାର
ଠପ୍ ହୋଇଯାଇଛି ଜଳସେଚନ କାମ
ସମସ୍ୟାରେ ପାହାଡି ଚାଷୀ
ମୃତ୍ୟୁ ଶଯ୍ୟାରେ ହଜାରେ ହଜାରେ ଚାଷୀଙ୍କ ଜୀବନ ରେଖା କୁହାଯାଉଥିବା କୁଆଁରିଆ ଜଳ ଭଣ୍ଡାର l ଜଳବାୟୁ ପରିବର୍ତ୍ତନ, ନିଅଁଣ୍ଟିଆ ବର୍ଷା ସାଙ୍ଗକୁ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜିଲ୍ଲାର ସହ ସହ ହେକ୍ଟର ଚାଷ ଜମିରେ ଜଳସେଚନ ନେଇ ଦେଖାଦେଲାଣି ଘୋର ସମସ୍ୟା l 37 ବର୍ଷ ତଳେ 1988 ମସିହାରେ ନିର୍ମାଣ ସରିଥିବା ଏହି ବୃହତ ଜଳସେଚନ ପ୍ରକଳ୍ପ ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଚାଷୀ ନିର୍ଭର କରି ରହିଥାନ୍ତି l ତେବେ ଏହି ଜଳ ଭଣ୍ଡାରରେ ଦିନକୁ ଦିନ ଜଳସ୍ତର ହ୍ରାସ ଯୋଗୁଁ କେନାଲ ଯୋଗେ ଚାଷଜମିକୁ ଜଳସେଚନ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି l
ଖରିଫ ଓ ରବି ଋତୁର ଫସଲ ପାଇଁ ଆବଶ୍ୟକ ଜଳ ରୁ ମାତ୍ର ସାତ ପ୍ରତିଶତ ଜଳ ଡ୍ୟାମରେ ଗଛିତ ରହିଥିବାରୁ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଏହାଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି l ଦଶପଲ୍ଲା ବ୍ଲକର 124 ସ୍କୋୟାର କିମି ଅଞ୍ଚଳକୁ ନେଇ ନିର୍ମାଣ ହୋଇଥିବା ଏହି କୁଆଁରୀଆ ଜଳଭଣ୍ଡାରରୁ ଖରିଫ ଋତୁରେ 3780 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ରବି ଋତୁରେ 1908 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା l ତେବେ ଗତ ୨ ବର୍ଷ ଧରି ଡ୍ୟାମରେ ଜଳସ୍ତର ଲଗାତର ଭାବେ କମି ଏବେ ମାତ୍ର 131.02 ମିଟର ରହିଛି l
📱 Get Argus News App
✨ଯାହାକି ମୋଟ ଆବଶ୍ୟକତାର ସାତ ପ୍ରତିଶତ ଜଳ ହୋଇଥିବାରୁ ଡ୍ୟାମରୁ କେନାଲ ଯୋଗେ ଜଳସେଚନ ବନ୍ଦ କରାଯାଇଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଗେଟକୁ ସଂପୂର୍ନ ଭାବେ ବନ୍ଦ କରାଯାଇଛି l ସେପଟେ କେନାଲର ନିୟମିତ ସଫେଇ ଓ ଆବଶ୍ୟକୀୟ ମରାମତି ହେଉନଥିବା ବେଳେ ଜଳ ବିଶୋଧନ କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜଳ ଯାଉଥିବାରୁ କୁଆଁରୀଆ ଜଳଭଣ୍ଡାରର ଭବିଶ୍ୟତ ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି l