Rape allegation / IRS ବାବୁଙ୍କ ଯୁବତୀଙ୍କୁ ବଳାତ୍କାର ଘଟଣାରେ NHRCରେ ପହଞ୍ଚିଲା ମାମଲା, ଅଭିଯୁକ୍ତଙ୍କୁ ଗିରଫ ଦାବି
·6 months ago·2 min read

Key Points
IRSଙ୍କ ଦୁଷ୍କର୍ମ ଘଟଣା
NHRCରେ ପହଞ୍ଚିଲା ମାମଲା
ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି

ସରକାରୀ କ୍ୱାର୍ଟର୍ସରେ ଆଇଆର୍ଏସ୍ ଅଧିକାରୀ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ମାମଲା ନୂଆ ମୋଡ଼ ନେଇଛି। ଆଇଆର୍ଏସ୍ ବାବୁଙ୍କ ସମ୍ପର୍କୀୟ ଭଉଣୀଙ୍କ ସ୍ବାମୀ ଓ ବଳାତ୍କାର ପୀଡିତାଙ୍କ ଅନ୍ତରଙ୍ଗ ମୁହୂର୍ଭର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ୨୦୧୩ ବ୍ୟାଚର ଆଇଆରଏସ ବାବୁ ଏହି ଫଟୋ ଓ ଭିଡିଓକୁ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିବା ନେଇ ଅଭିଯୋଗ ହୋଇଛି ।
ଅଭିଯାଗକ୍ରମେ ଏନେଇ ଇନ୍ଫାସିଟି ଥାନାରେ ୧୦ ଦିନ ତଳେ ଏକ ମାମଲା ରୁଜୁ ହେଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୁରା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସହିଦନଗର ଥାନା ପୁଲିସକୁ ଏହି ତଥ୍ୟ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି। ଜିଏସଟି ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଆଇଆର୍ଏସ ବାବୁଙ୍କୁ ପୁଲିସ ଆଜି ଜେରା କରିଛି।
ସେପଟେ ଏହି ବଳାତ୍କାର ଘଟଣା ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ପହଞ୍ଚିଛି। ମାମଲାର ନିରପେକ୍ଷ ତଦନ୍ତ କ କରାଯାଇ ସମ୍ପୃକ୍ତ ଆଇଆରଏଏସ୍ ଅଧିକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଆୟୋଗଙ୍କୁ ଗୁହାରି କରାଯାଇଛି। ପୀଡ଼ିତାଙ୍କ ସମେତ ୩ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ। ଅଧିକାରୀଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଲାପଟପକୁ ପରୀକ୍ଷା ପାଇଁ ଫୋରେନ୍ସିକ ଲ୍ୟାବ୍ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।
ଆୟୋଗରେ ଦାୟର ହୋଇଥିବା ପିଟିସନ ଅନୁଯାୟୀ, ଅଭିଯୁକ୍ତ ଉଚ୍ଚପଦସ୍ତ ଅଧିକାରୀ ହୋଇଥିବାରୁ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ଧମକାଇ ନଚେତ୍ ବଳପ୍ରୟୋଗ କରି ମାମଲାକୁ ଚାପିଦେବାକୁ ଉଦ୍ୟମ କରିପାରନ୍ତି। ପୁଲିସ ପକ୍ଷରୁ ତୁରନ୍ତ ପୀଡ଼ିତାଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇବାକୁ ଆୟୋଗଙ୍କୁ ନିବେଦନ କରାଯାଇଛି। ଏହାସହ ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ମଧ୍ୟ ଆୟୋଗଙ୍କୁ କୁହାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସବୁ ଦିଗକୁ ଗୁରୁତ୍ବ ଦିଆଯାଇ ତଦନ୍ତ ଚାଲିଛି। ତଦନ୍ତରେ ଯାହା ତଥ୍ୟ ପ୍ରମାଣ ମିଳିବ, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେପଟେ ମାମଲାଟି ଗଣମାଧ୍ୟମରେ ପ୍ରଘଟ ହେବା ପରେ ପୁଲିସ ତତ୍ପର ହୋଇଉଠିଛି। ଏକ ପୁଲିସ ଟିମ୍ ଉକ୍ତ କ୍ୱାର୍ଟର୍ସକୁ ଯାଇ ଛାନଭିନ କରିଛି। ଏକ ଲାପଟପ ଜବତ କରାଯାଇଛି। ଫୋରେନ୍ସିକ ଲ୍ୟାବ୍ରୁ ରିପୋର୍ଟ ଆସିବା ପରେ ଭାଇରାଲ ଅଭିଯୋଗ ସମ୍ପର୍କୀତ ସତ ସାମ୍ନାକୁ ଆସିବ ବୋଲି ପୁଲିସ ଆଶା ରହିଛି। ଏହାସହ ପୁଲିସ ସମ୍ପୃକ୍ତ ଅଧିକାରୀଙ୍କ ଭଉଣୀ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଇଛି। ପୀଡ଼ିତା ଓ ଅନ୍ୟ ୨ଜଣଙ୍କ ବୟାନରେ ତାଳମେଳ ରହୁନି। ଯାହାକି, ପୁଲିସକୁ ଅକଳରେ ପକାଇଛି। ତେବେ ଘଟଣାଦିନ କ'ଣ ଘଟିଥିଲା, ସେନେଇ ସବୁଦିଗରୁ ତଦନ୍ତ କରାଯାଉଥିବା ପୁଲିସ କହିଛି।

Related Topics
Explore more stories