Videos
|
Odisha

ବିଜେଡିରେ ପ୍ରବଳ ଟେନସନ୍‌ : ପଂଚାୟତ ନିର୍ବାଚନ ବେଳକୁ ଦଳ ଆଉ ଥିବ ତ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡିରେ ପ୍ରବଳ ଟେନସନ୍‌ : ପଂଚାୟତ ନିର୍ବାଚନ ବେଳକୁ ଦଳ ଆଉ ଥିବ ତ ?

Key Points

  • ବିଜେଡିରେ ପ୍ରବଳ ଟେନସନ୍‌
  • ସାଧାରଣ ନିର୍ବାଚନରେ ମାଟି କାମୁଡ଼ିଲା
  • ପଂଚାୟତ ସ୍ତରରେ ବି ସ୍ଥିତି ଅଣାୟତ୍ତ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କମୁଛି ବିଜେଡିର ଲୋକପ୍ରିୟତା । ସାଧାରଣ ନିର୍ବାଚନରେ ଦଳ କେମିତି ମାଟି କାମୁଡ଼ିଲା ତାହା ସମସ୍ତେ ଦେଖିଲେ । ହେଲେ ଏବେ ପୁଣି ଥରେ ପଂଚାୟତ ସ୍ତରରେ ଯେଉଁପରି ଭାବରେ ଗୋଟିଏ ପରେ ଗୋଟିଏ ଆସନ ହାତରୁ ଯାଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ କି ବିଜେଡି ସହ ନବୀନଙ୍କର ସେତେଟା ଆଉ କାଟତି ନାହିଁ । କେବଳ କର୍ମୀ ଓ ନେତାଙ୍କ ମନୋବଳ ବଢାଇବା ଲାଗି ନେତାଏ ଯାହା ଖାଲି ଗଣମାଧ୍ୟମରେ ବୟାନବାଜି କରୁଛନ୍ତି । 
ପୁଣି ଥରେ ମୁହାଁମୁହିଁ ଶାସକ-ବିରୋଧୀ

ସାଧାରଣ ନିର୍ବାଚନରେ ବିଜେଡିର ଅବସ୍ଥା କଣ ହେଲା ତାହା ସମସ୍ତେ ଦେଖିଲେ । ୨୪ ବର୍ଷର ସରକାର, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଥିବା ପରେ ବି ୧୧୩ ଆସନରୁ ସିଧା ୫୧ କୁ ଖସିଆସିଲା ବିଜେଡି ଗ୍ରାଫ୍ । ଏହାପରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । କିଏ କିଏ ଦଳର ନେତୃତ୍ଵକୁ ପ୍ରଶ୍ନ କଲେ ତ ଆଉ କିଏ ସିଧା ନବୀନଙ୍କୁ ନିଶାନା କଲେ । ବରଷ୍ଠଙ୍କୁ ଅଣଦେଖା ଦଳ ପାଇଁ ବଡ଼ କ୍ଷତି ବୋଲି କୁହାଗଲା । ଏହାପରେ ଅନେକ ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସୁଥିବାରୁ ଏବେ ଚିନ୍ତାରେ ବିଜେଡି ନେତା । ଦଳ ବୁଡ଼ୁଥିବା ଦେଖି ଦଳର ନେତ୍ରୀ ମୁହଁ ଫୁଟାଣି ଦେଖାଇ କହିଛନ୍ତି, ବିଜେଡିକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଛି । ସେପଟେ ବିଜେପି ପ୍ରତିକ୍ରିୟାରେ କହିଛି, ପାଦ ତଳୁ ମାଟି ଖସୁଥିବା ଦେଖି ଏମିତି ବୟାନବାଜି କରୁଛି ବିଜେଡି । 

ମୋଦିଙ୍କ ନେତୃତ୍ଵକୁ ଏବେ ଓଡ଼ିଶାରେ ଭାରି ଚର୍ଚ୍ଚା । ସେଇଥି ଲାଗି ତ ପଂଚାୟତସ୍ତରର ନେତା ବି ବିଜେଡି ଛାଡି ବିଜେପିରେ ସାମିଲ ହେଲେଣି । ସରକାରୀ ଦଳ ଆଡ଼କୁ ଧିରେ ଧିରେ ସରପଞ୍ଚ, ସମିତି ସଭ୍ୟଙ୍କ ସହ ପୌର ପ୍ରତିନିଧି ବି ଢଳିବାକୁ ଲାଗିଲେଣି । ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା ପଦକୁ ଅନାସ୍ଥା ଭୋଟ୍‌ରେ ହରାଇଛି ବିଜେଡି । ପୂର୍ବରୁ ଅନାସ୍ଥା ଭୋଟ୍, ନୀଳଗିରି ଏନ୍ଏସି ଓ ଖଲ୍ଲିକୋଟ୍ ବ୍ଲକ ବି ବିଜୁ ଜନତା ଦଳ ହାତରୁ ଛଡାଇ ନେଇଛି ବିଜେପି । ତେବେ ବିଜେପି ଅନାସ୍ଥାକୁ ମୁଖ୍ୟ ଅସ୍ତ୍ର କରି ଏଭଳି ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଥିବା ଜଣକ ପରେ ଜଣେ ବିଜେଡି ନେତା କହିଲେଣି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ପାଇଁ କାଳ ହୋଇଛି ଗୋଷ୍ଠୀ କନ୍ଦଳ । କାରଣ କେହି କାହାକୁ ମାନିବାକୁ ନାରାଜ । ତାସାଙ୍ଗକୁ ବରିଷ୍ଠ ନେତାଙ୍କ ବୟାନ ପ୍ରମାଣ କରୁଛି ଯେ ଦଳରେ ସବୁକିଛି ଠିକ୍ ଠାକ୍ ନାହିଁ। ଆଉ ଏବେ ପଞ୍ଚାୟତ ଓ ପୌର ପ୍ରତିନିଧି ବିଜେପି ମୁହାଁ ହୋଇଥିବାରୁ ଦଳର ଟେନସନ୍ ଦୁଇଗୁଣା ହୋଇଗଲାଣି। ଗୋଟିଏ ପଟେ ନେତାଙ୍କୁ ସଂଗଠିତ କରିବା ଆଉ ଅନ୍ୟପଟେ ପଞ୍ଚାୟତ ଓ ପୌର ପ୍ରତିନିଧିଙ୍କୁ ନିଜ ପାଖରେ ରଖିବା ଦଳ ପାଇଁ ବଡ଼ ଚାଲେଞ୍ଜ। ପ୍ରାୟ ଅଢେଇ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେବ। ପରେ ପରେ ପୌର ନିର୍ବାଚନ। ତେବେ ବିଜେଡି କବଳରୁ ଖସୁଥିବା ଗାଁ ନେତା ଏବେ ବିଜେପିକୁ ବଳ ଯୋଗାଉଛନ୍ତି। ଦେଖିବାର କଥା ଏହାକୁ ରୋକିବାକୁ ବିଜେଡି କି ରଣନୀତି ଆପଣାଉଛି ।
 

BJD Tenson | Argus News