ଉପକୂଳ ଟେନସନ୍ରେ ବିଜେଡି : ଶଙ୍ଖକୁ ସମୀର, ମନମୋହନ ଟେନସନ

Key Points
- ଉପକୂଳ ଟେନସନ୍ରେ ବିଜେଡି
- ଶଙ୍ଖକୁ ସମୀର, ମନମୋହନ ଟେନସନ
- ଗଣ୍ଡା ଗଣ୍ଡା ପର୍ଯ୍ୟବେକ୍ଷକ ରହିଲେ ଲାଭ କଣ ?
ଅର୍ଗସ ବ୍ୟୁରୋ : ଉପକୂଳରେ ଦୁର୍ବଳ ହେଉଛି ବିଜେଡି । ଯେତେ ଫନ୍ଦି କଲେ ବି କିଛି ଲାଭ ହେଉନି । କାରଣ ଦୁର୍ନୀତି ଓ ଭଷ୍ଟ୍ରାଚାରରେ ଏ ସରକାର ଏତେ ମାତ୍ରାରେ ବୁଡିଛି ଯେ ନେତାଏ ଯୁଆଡେ ଗଲେ ସିଆଡ଼େ ବିରୋଧର ସାମ୍ନା କଲେ, ସିଆଡେ ପ୍ରଶ୍ନବାଣରେ ଘାଇଲା ହେଲେ । ଖାସ କରି ନିମାପଡା ଓ ଚାନ୍ଦବାଲିକୁ ବୋଧହୁଏ ଡକୁଛି ବିଜେଡି । କାରଣ ଏ ଦୁଇ ନିର୍ବାଚନମଣ୍ଡଳୀରେ ୧୬ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଶାସକ ଦଳ । ତେଣୁ ଚିତ୍ର ପୂରା ସ୍ପଷ୍ଟ, ବିଜେଡି କେତେ ଛାନିଆ ।
ସମୀରଙ୍କୁ ନେଇ ଶଙ୍କାରେ ବିଜେଡି !
ବିଜେଡି ଲାଗି ସାଙ୍ଘାତିକ ଅଡୁଆ ସୃଷ୍ଟି କଲେଣି ସମୀର । ବାରମ୍ବାର କହିବା ପରେ ବି ଦଳ ତାଙ୍କୁ ଟିକଟ ଦେଲାନି । ଖାଲି ଟିକଟ ଦେଲାନି ତାହା ନୁହେଁ ବରଂ ଅପମାନ ବି କଲା । ଫଳସ୍ଵରୂପ ବିଜେଡି ଛାଡି ବିଜେପିରେ ମିଶିଲେ ସମୀର । ସ୍ଵାଭିମାନି ନେତା ଥିବାରୁ ଦଳ ଛାଡିଲେ ସତ କିନ୍ତୁ ଖୋସାମତ କାହାକୁ କଲେନି । ଟାଣୁଆ ନେତା, ଦୃଢ ସଂଗଠକ ହୋଇଥିବାରୁ ନିମାପଡାରେ ଏବେ ବିଜେପି ପଲ୍ଲା ଭାରି ରହିଛି । ଏମିତି ସ୍ଥିତିରେ ବିଜେଡି ସେଇଠି ଯେତେ ଅଙ୍କ କଷିଲେ ବି ଭାଗଫଳ ଛିଣ୍ଡୁନି । ତେଣୁ ଯେମିତି ହେଲେ ବି ସମ୍ମାନ ରକ୍ଷାକରିବା ଲାଗି ଦଳ ଚେଷ୍ଟା କରୁଛି । ପୂର୍ବରୁ ତ କେବଳ ନିମାପଡ଼ା ଆସନ ପାଇଁ ୮ ସହ- ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିଲା ବିଜେଡି । ଏବେ ପୁଣି ଆଉ ୮ ନେତାଙ୍କୁ ପର୍ଯ୍ୟଟକର ଦାୟିତ୍ଵ ଦେଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ନିମାପଡାରେ ବିଜେପି ଶଙ୍ଖକୁ ଦେଲାଣି ସାଙ୍ଘାତିକ ଟେନସନ । କୁହାଯାଉଛି, କେବଳ ନିମାପଡ଼ା ନୁହଁ, ଏହାକୁ ଲାଗି ଥିବା କାକଟପୁରରେ ବି ସମୀରଙ୍କ ଦବଦବା ରହିଛି। ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି ।
ଖାଲି ସମୀର ନୁହେଁ ବରଂ ଚାନ୍ଦବାଲି ପାଇଁ ବି ୮ ନେତାଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଦଳ । ସେଠୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲଢୁଥିବା ବେଳେ ଦିନକୁ ଦିନ ବଦଳୁଥିବା ସମୀକରଣ ମନମୋହନଙ୍କ ସପକ୍ଷରେ ଯାଉଥିବା କୁହାଯାଉଛି । ନିକଟରେ ଘନ ଘନ ମିଶ୍ରଣ ପର୍ବ କରି ବିଜେଡିକୁ ଦୁର୍ବଳ କରିବାରେ ଲାଗିଛି ବିଜେପି । ଏହା ସହ ନିଜେ ବିଜେଡି ପ୍ରାର୍ଥୀ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ ବି ଏବେ ପଦ୍ମ କ୍ୟାମ୍ପରେ । ତେଣୁ ସେଇଠି ବି କାହାର ପଲ୍ଲା ଭାରି ରହିବ ତାହା ଜଳଜଳ ହୋଇ ଦିଶୁଛି ।
📱 Get Argus News App
✨କହିବାକୁ ଗଲେ, ଏବେ ରାଜ୍ୟରେ ବିଜେପିର ପଲ୍ଲା ଭାରି ରହିଥିବା ବେଳେ ବିଜେଡିର ଗୋଷ୍ଠୀକନ୍ଦଳ ଶୀର୍ଷ ନେତୃତ୍ଵଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ଗଡ ବଂଚାଇବାକୁ ଚେଷ୍ଟା କରୁଛି ବିଜେଡି । ହେଲେ ସମୟ କହିବ ବିଜେଡି ଗଡ ବଂଚାଇବାରେ କେତେ ସଫଳ ହେଉଛନ୍ତି ।