Videos
|
Odisha

ଝାରପଡା ଜେଲରେ ଚାଲିଛି କି ଗ୍ୟାଙ୍ଗଷ୍ଟର ରାଜ?

Ritu Das
Browse all articles by Ritu Das
·1 year ago·1 min read
ଝାରପଡା ଜେଲରେ ଚାଲିଛି କି ଗ୍ୟାଙ୍ଗଷ୍ଟର ରାଜ?

ଝାରପଡା ଜେଲରେ ଚାଲିଛି କି ଗ୍ୟାଙ୍ଗଷ୍ଟାର ରାଜ। ବିଭିନ୍ନ ବିବାଦରେ ରହି ଆସିଛି ଝାରପଡ଼ା ଜେଲ। ଆଜିବି ସେହିଭଳି ଏକ ଖବର ଆସିଛି। ଜେଲରେ ଗ୍ୟାଙ୍ଗଷ୍ଟରଙ୍କ ରାଜ ଚାଲିଥିବା ଜଣାପଡ଼ିଛି। ଜଣେ ବିଚାରାଧୀନ କଏଦୀଙ୍କ ଚିଠି ଆଉ ଏକ ଅଡିଓ ଭାଇରାଲ ହେବାପରେ ଜେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଝାରପଡା ଜେଲରେ ବିଚାରଧୀନ କଏଦୀ ରଶ୍ମି ରଞ୍ଜନ, ସୁପରିଣ୍ଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ଏବଂ ଜେଲର ପ୍ରସନ୍ନ କୁମାର ସାହୁଙ୍କ ନାଁରେ ସାଘାଂତିକ ଅଭିଯୋଗ କରିଛନ୍ତି। ଜେଲ ଭିତରେ ନିଶା କାରବାର ଓ IPL ବେଟିଂ ହେଉଥିବା ନେଇ ଭିଜିଲାନ୍ସ ଡିଜିଙ୍କୁ ଚିଠି ଲେଖିଛନ୍ତି।


ଅନୈତିକ କାର୍ଯ୍ୟକୁ ବିରୋଧ କରିବାରୁ ଗ୍ୟାଙ୍ଗଷ୍ଟାରଙ୍କ ଜରିଆରେ ହତ୍ୟା ଧମକ ମିଳୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେପଟେ ଜେଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଏଭଳି କୌଣସି ଅଭିଯୋଗ ନାହିଁ। ଜେଲ ରେ ଗ୍ୟାଙ୍ଗଷ୍ଟାରଙ୍କ କୌଣସି ପତିଆରା ନାହିଁ। ଏନେଇ ଘଟଣାର ଅନୁଧ୍ୟାନ କରାଯିବ। କିଛି ନ୍ୟସ୍ତ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛନ୍ତି। ପୁରା ଘଟଣାକୁ ନେଇ ତଦନ୍ତ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
is-gangster-raj-going-on-in-jharpada-jail | Argus News