ମୋଦିଙ୍କ ଯୋଜନାରେ କଣ୍ଟା ସାଜୁଛି କି ଟାଟା ପାଓ୍ଵାର !

Key Points
ଟାଟାର ଳାଭଖୋର ମନୋବୃତ୍ତି ଯୋଗୁ ଧିମେଇଛି ପିଏମ ସୂର୍ଯ୍ୟଘର
ଟାର୍ଗେଟ ଥିଲା ୩ ଲକ୍ଷ ହୋଇଛି ମାତ୍ର 1407
ମୋଦିଙ୍କ ଯୋଜନାରେ କଣ୍ଟା ସାଜୁଛି କି ଟାଟା ପାଓ୍ବାର !
ସମୀକ୍ଷା ବୈଠକରେ ଯୋଜନା କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ
ଏଥର ବିଜୁଳି ବିଲ ବଢିବନି କହିଲେ ଶକ୍ତି ମନ୍ତ୍ରୀ
ଓ୍ବାନ ଟାଇମ ଇନଭେଷ୍ଟମେଣ୍ଟରେ ନିରବ ଛିନ୍ନ ବିଜୁଳି । ସୋଲାର ପେନାଲ ଲଗାଇ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା ପାଇଁ ୨୦୨୪ରେ ମୋଦି ଆରମ୍ଭ କରିଥିଲେ ପିଏମ ସୂର୍ଯ୍ୟଘର ଯୋଜନା । ଏଥିପାଇଁ ସବସିଡି ମଧ୍ୟ ଦେଉଛନ୍ତି ସରକାର । ହେଲେ ଓଡିଶାରେ ଏହି ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଂଚିନଥିବା ତଥ୍ୟ ସାମ୍ନା କୁ ଆସଛି । ଦେଶରେ ୧ କୋଟି ଓ ଓଡିଶାରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଘରେ ପିଏମ ସୂର୍ଯ୍ୟଘର ଯୋଜନାରେ ବିଦ୍ୟୁତକରଣ ନେଇ ଲକ୍ଷ ରଖାଯାଇଥିଲେ ମଧ୍ୟ ରାଜ୍ୟ ରେ ମାତ୍ର ୧୪୦୭ ଘରେ ଏହି ଯୋଜନାରେ ବିଜୁଳି ପହଂଚି ପାରିଛି। TPCODL ତଥ୍ୟରେ ମୋଟ ୩୨ ଲକ୍ଷ ଘରେ ବିଦ୍ୟୁତ ବିତରଣ କରୁଛି ଏହି ସଂସ୍ଥା । ହେଲେ ପିଏମ ସୂର୍ଯ୍ୟଘର ଯୋଜନା କାର୍ଯ୍ୟକାରୀ ହୋଇଛି ମାତ୍ର ୯୨୨ ଘରେ । ଖୋର୍ଦ୍ଧା ଓ ଭୁବନେଶ୍ବର କୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ହାତ ଗଣତି ହିତାଧିକାରୀ ହୋଇଛନ୍ତିି ଲାଭବାନ। ସେହିପରି TPWODL ରେ ୩୫୯ , TPNODL ରେ ୯୬ ଓ TPSODL ରେ ୧୪୬ ଉପଭୋକ୍ତା ପିଏମ ସୂର୍ଯ୍ୟଘର ଯୋଜନା ରେଲାଭବାନ ହୋଇଛନ୍ତି । ଉପଭୋକ୍ତା ମହାସଙ୍ଘର ଅଭିଯୋଗ ଲୋକଙ୍କୁ ସଚେତନ କରିବା ଦାୟିତ୍ବ ଥିଲେ ମଧ୍ୟ ନିଜ ଲାଭ ପାଇଁ ଯୋଜନା ବାଟବଣା କରୁଛି ଟାଟା କମ୍ପାନୀ।
ସେପଟେ ଗତକାଲି ଶକ୍ତି ବିଭାଗର ସମୀକ୍ଷା ବୈଠକରେ ଏହି ଯୋଜନାର କାର୍ଯ୍ୟକାରୀତା ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପି.ଏମ୍. ସୂର୍ଯ୍ୟଘର ଯୋଜନାରେ ଅଧିକ ସଂଖ୍ୟକ ଲୋକଙ୍କୁ ସାମିଲ କରିବା ପାଇଁ ରାଜ୍ୟରେ ବ୍ୟାପକ ସୂଚନା ଅଭିଯାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଖରାଦିନେ ନୀରବଛିନ୍ନ୍ ବିଦ୍ୟୁତ ଯୋଗାଣ , ପିକ ଆଓ୍ବାର ବେଳେ ଲୋକଙ୍କ ଚାହିଦା ମେଣ୍ଟାଇବା ଓ ଓଭର ଲୋଡିଂ ସହ ଅନାବଶ୍ୟକ ଶକ୍ତି ଅପଚୟ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ। ଶକ୍ତି ମନ୍ତ୍ରୀ କହିଛନ୍ତି ଏଥର ବଢିବନାହିଁ ବିଜୁଳି ବିଲ୍।
ଓଡିଶା ବିଦ୍ୟୁତ ବଳକା ରାଜ୍ୟ ହେଲେବି ଉପଭୋକ୍ତାଙ୍କ ମୁଣ୍ଡ ଉପରେ ବିଜୁଳି ବୋଝ ପଡୁଛି । ପଞ୍ଜାବ ,ମଧ୍ୟପ୍ରଦେଶ , ରାଜସ୍ଥାନ ଓ ବିହାର ଭଳି ରାଜ୍ୟ ଠାରୁ ଓଡିଶା ଉପଭୋକ୍ତା ଅଧିକ ବିଜୁଳି ବିଲ ପୈଠ କରୁଛନ୍ତି । ଲୋକଙ୍କ ବୋଝ କମାଇବାକୁ ସରକାର ପିଏମ ସୂର୍ଯ୍ୟଘର ଯୋଜନା ଆଣିଥିଲେ ସୁଦ୍ଧା ବିଦ୍ୟୁତ ବିତରଣ କମ୍ପାନୀର ଇଚ୍ଛାଶକ୍ତି ଅଭାବରୁ ମାଗଣା ବିଜୁଳ ପାଇବାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା ।