Nuapada By Election / ସତରେ ହୋଇଛି କି ଡିଲ୍ ? ଏଯାଏଁ ମଇଦାନକୁ ଓହ୍ଲାଇ ନାହାନ୍ତି BJD ପ୍ରାର୍ଥୀ ?
·7 months ago·2 min read

Key Points
ବିଜେଡିର ଏଭଳି ଆଚରଣ ଓ ପରିସ୍ଥିତି ଦେଖି, ରାଜନୀତି ବିଶେଷଜ୍ଞମାନେ କହିଲେଣି ଏହି ଦଳ ଖୁବ୍ଶୀଘ୍ର ୩ ନମ୍ବର ସ୍ଥାନକୁ ଖସିବାର ସମ୍ଭାବନା ରହିଛି ।
ତେଣୁ ବେଳ ଥାଉ ଥାଉ ନବୀନ ପଟ୍ଟନାୟକ ବନ୍ଧ ବାନ୍ଧିବାକୁ ପଡ଼ିବ ।

ସାରା ରାଜ୍ୟରେ ଏବେ ନୂଆପଡ଼ା ତାତି । ତିନି ପ୍ରମୁଖ ଦଳ ଏହି ସିଟ୍ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଦେଖିବାକୁ ମିଳିଛି ବିଜେଡି ସବୁଠୁ ପଛରେ ପଡ଼ିଛି । ଯେଉଁ ଦଳ ଏଠି ଦୀର୍ଘ ଦିନ ଧରି ସତ୍ତାରେ ରହିଥିଲା, ଏବେ ସେହି ଦଳ ମାଟି କାମୁଡ଼ି ପଡ଼ିଛି । ମାତ୍ର ଦେଢ଼ ବର୍ଷ ହେବ ବିଜେଡି ସତ୍ତାରୁ ଯିବା ପରେ ଧରାଶାୟୀ ହୋଇପଡ଼ିଛି । ବିଜେଡିର ଅନେକ ନେତା ଓ କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମାନିବାକୁ ବି ରାଜି ନୁହନ୍ତି ଦଳୀୟ ନେତା । କର୍ମୀ ଓ ନେତା ଖୋଲାଖୋଲି ଭାବେ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । କେହି କାହା କଥା ଶୁଣିବା ପରିସ୍ଥିତିରେ ନାହାନ୍ତି । ତେବେ ବିଜେଡିର ଏଭଳି ଆଚରଣ ଓ ପରିସ୍ଥିତି ଦେଖି, ରାଜନୀତି ବିଶେଷଜ୍ଞମାନେ କହିଲେଣି ଏହି ଦଳ ଖୁବ୍ଶୀଘ୍ର ୩ ନମ୍ବର ସ୍ଥାନକୁ ଖସିବାର ସମ୍ଭାବନା ରହିଛି । ତେଣୁ ବେଳ ଥାଉ ଥାଉ ନବୀନ ପଟ୍ଟନାୟକ ବନ୍ଧ ବାନ୍ଧିବାକୁ ପଡ଼ିବ ।
ଏପଟେ ନୂଆ ଭୋଟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନମାଝି ନୂଆପଡ଼ା ଗସ୍ତରେ ଯାଇ ଏକ ବଡ଼ ସମାବେଶ କରିଛନ୍ତି । ସେଥିରେ ବିଜେପି ଶିବିର ଫୁଲ ଦମ୍ରେ ଆକ୍ଟିଭ ହୋଇଯାଇଛି । ପ୍ରଚାର ପସାରରେ ପାଇଁ ଏବେ ପୁରା ଦମ୍ ଲଗାଇ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
ସେପଟେ ଶନିବାର କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ଉଭୟ ନିଜ ନିଜର ବିରାଟ ପଟୁଆର ଧରି ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଆସିବେ । ହେଲେ ଏପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦେଖିଲେ ଲାଗୁଛି ଯେମିତି ସେ ପ୍ରଚାର ପ୍ରସାରରେ ବହୁ ପଛରେ ପଡ଼ିଯାଇଛନ୍ତି । କାରଣ ବିଜେଡି ପ୍ରାର୍ଥୀ ନା ଏପର୍ଯ୍ୟନ୍ତ ରଣାଙ୍ଗନକୁ ଓହ୍ଲାଇଛନ୍ତି ନା ପ୍ରଚାର ଆରମ୍ଭ କରିଛନ୍ତି । ତଥାପି ସେ ଜିତିବେ ବୋଲି ଫୁଲ କନଫିଡେଣ୍ଡ ଅଛନ୍ତି ।
ନୂଆପଡ଼ା ରାଜନୀତି ମଇଦାନର ସମୀକ୍ଷା କରିବା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡାଲ ଅଫିସର ନୂଆପଡା ଗସ୍ତରେ ଅଛନ୍ତି । ନୂଆପଡା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି । ଅବାଧ ଓ ନିରପେକ୍ଷ ଉପ-ନିର୍ବାଚନ ପାଇଁ ପ୍ରଶାସନ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ଵୟ ଉପରେ ଗୁରୁତ୍ୱାରୋପ ହୋଇଛି । ସି-ଭିଜିଲରେ ପ୍ରାପ୍ତ ଅଭିଯୋଗଗୁଡିକର ତତ୍କାଳ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଲିମ୍ କେନ୍ଦ୍ର ପରିଦର୍ଶନ ଓ ଅଧିକାରୀଙ୍କ ସହିତ ମତ ବିନିମୟ ମଧ୍ୟ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories