Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁପ୍ତଧନ ବା ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜି ଲୁଟ୍ ଲାଗି ହୋଇଥିଲା କି ଷଡ଼ଯନ୍ତ୍ର ?

Rashmita Mishra
Browse all articles by Rashmita Mishra
·1 year ago·1 min read
ଗୁପ୍ତଧନ ବା ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜି ଲୁଟ୍ ଲାଗି ହୋଇଥିଲା କି ଷଡ଼ଯନ୍ତ୍ର ?

ଅର୍ଗସ ବ୍ୟୁରୋ: ଏମାରମଠାରୁ ବାହାରିଥିବା ଏ ଗଦା ଗଦା ରୂପା ଇଟା ବାବଦରେ ଆପଣଙ୍କର ମନେ ଥିବ ନିଶ୍ଚୟ। ଯାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ କରିଥିଲା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ। ଏତିକି ନୁହେଁ ଦୁଇ ଦୁଇଟି ଐତିହ୍ୟ ସିଂହମୂର୍ତ୍ତି ପୁଣି ଐତିହ୍ୟ ସମ୍ପନ୍ନ ଏ ଚଟାଣ । ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପଟୁ ଖୋଳା ସମୟରେ ବାହିଥିଲା ଏ ସବୁ ଜିନିଷ। କେବଳ ଏତିକି ନା ଶ୍ରୀମନ୍ଦିର 75 ମିଟର ଚୌହଦିରେ ମାଟି ତଳେ ଥିଲା ଆଉ କିଛି। ଏବେ ସବୁ ତଥ୍ୟ ସାମ୍ନାକୁ ଆସିବାର ବାଟ ଫିଟିଛି। କାରଣ ସାର୍ବଜନୀନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର ରିପୋର୍ଟ। ଏଥିପାଇଁ OBCCକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଇଏ ସେହି ଚିଠି । ଆଉ ଇଏ ସେହି GPR ସର୍ଭେର ଦୃଶ୍ୟ। ରାତି ଅଧରେ ଶ୍ରୀମନ୍ଦିର ଚାରିପଟ 60 ହଜାର ବର୍ଗଫୁଟ ଅଞ୍ଚଳରେ ଗାନ୍ଧିନଗର ଆଇଆଇଟି ଦ୍ବାରା ଜିପିଆର ସର୍ଭେ କରାଯାଇଥିଲା। ବିଜେଡି ସରକାର ଅମଳରେ ରାତି ଅଧରେ ଗୁପ୍ତଧନ ହରିଲୁଟ୍ ହୋଇଥିବା ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ। 

ଓବିସିସି ଚିଫ୍ ଜେନେରାଲ ମ୍ୟାନେଜର୍ ଏ.କେ ଚମ୍ପତ୍ତିରାଯଙ୍କ ଦସ୍ତଖତ ଥିବା ଇଏ ଆଉ ଏକ ବିବାଦୀୟ ଚିଠି। ଯେଉଁଥିରେ ଉଲ୍ଲେଖ ଅଛି ଜିପିଆର ସର୍ଭେ ରିପୋର୍ଟ ସାର୍ବଜନୀନ କରାଗଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେବ। ଏହାକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରିଛି ଜଗନ୍ନାଥ ସେନା। ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସିବିଆଇ ତଦନ୍ତ ଦାବି କରାଯାଇଛି। ଏମାର ମଠକୁ ପୁର୍ନବାର ଜିପିଆର ସର୍ଭେ କରି ରିପୋର୍ଟ ସାର୍ବଜନୀନ କରିବାକୁ ବି ଦାବି କରିଛନ୍ତି ପରିଚାଳନା କମିଟିର ପୂର୍ବତନ ସଦସ୍ୟ। 

ରାତି ଅଧିଆ ଜିପିଆର୍ ସର୍ଭେକୁ ନେଇ ଓବିସିସି ଓ ତତ୍କାଳୀନ ବିଜେଡି ସରକାର ବିବାଦରେ ଥିବା ବେଳେ ଜିପିଆର୍ ସର୍ଭେ ରିପୋର୍ଟ ସତର ପର୍ଦ୍ଦାଫାସ୍ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Is there a conspiracy or a hidden treasure or a legendary loot? | Argus News