Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OAS ସଂଘର ଜିଦ୍, ସାଧାରଣ ଲୋକେ ନାହିଁ ନଥିବା ହଇରାଣ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
OAS ସଂଘର ଜିଦ୍, ସାଧାରଣ ଲୋକେ ନାହିଁ ନଥିବା ହଇରାଣ !

Key Points

OAS ସଂଘର ଆନ୍ଦୋଳନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ ।

କୋରାପୁଟ ଜିଲ୍ଲାରେ ବି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ଅବସ୍ଥା ସମାନ ।


BMC ଅଧିକାରୀଙ୍କୁ ମାଡ଼ ଘଟଣାରେ OAS ସଂଘ ନଛୋଡ ବନ୍ଧା । ୩ ଦିନ ହେଲା ସାରା ରାଜ୍ୟରେ ତହସିଲ ଅଫିସ ଗୁଡି଼କରେ କାମ ବନ୍ଦ ହୋଇଯାଇଛି । ଲୋକଙ୍କ କାମ ପ୍ରତି OAS ବାବୁମାନଙ୍କ ପ୍ରତିବଦ୍ଧତା ଗୌଣ ହୋଇଯାଇଛି । କାମ ହୋଇନପାରିବା କାରଣରୁ ଜନସାଧାରଣ ନିରାଶ ହୋଇଛନ୍ତି । ଏବେ ବଡ଼ ପ୍ରଶ୍ନ, ୫ ଅଭିଯୁକ୍ତଙ୍କୁ ଗିରଫ ପରେ ବି କାହିଁକି ଜିଦରେ ଅଟଳ OAS ସଂଘ ?

ଜତିଗତ ପ୍ରମାଣପତ୍ରରେ ଦସ୍ତଖତ ପାଇଁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତିନି ଦିନ ହେଲା ଧାଉଁଛନ୍ତି ମନୋଜ କୁମାର ସାହୁ । ସେଣ୍ଟ୍ରାଲ ଗ୍ରାଜୁଏସନ୍ ଲେଭେଲ ପରୀକ୍ଷାର ଫର୍ମପୂରଣ ପାଇଁ ତାଙ୍କର ଜାତିଗତ ପ୍ରମାଣପତ୍ର ନିହାତି ଦରକାର । ଆସନ୍ତକାଲି ଫର୍ମପୂରଣର ଶେଷ ତରିଖ । କିନ୍ତୁ OAS ସଂଘର ଆନ୍ଦୋଳନ ଯୋଗୁଁ ଅଧିକାରୀମାନେ କାମକୁ ଆସୁନାହାନ୍ତି । ତେଣୁ କେମିତି କରିବେ ଫର୍ମପୂରଣ ତାକୁ ନେଇ ଚିନ୍ତାରେ ମନୋଜ ।

କେବେଳ ମନୋଜ ନୁହନ୍ତି ତିନି ଦିନ ହେଲା ଏହିପରି ଶହ ଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଛନ୍ତି। କେବଳ ଜିଲ୍ଲାପାଳ ଅଫିସ ନୁହେଁ ତହସିଲ ଅଫିସରେ ମଧ୍ୟ ସମାନ ଅବସ୍ଥା। ସିଏମସି କାର୍ଯ୍ୟାଳୟରେ ବି ସମାନ ଘଟଣା ଦେଖିବାକୁ ମିଳିଛି । ଅଫିସରେ ଫ୍ୟାନ, ଲାଇଟ ଚାଲିଛି ହେଲେ ବାବୁମାନଙ୍କ ଚେୟାର ଫାଙ୍କା ।

କଟକରୁ କୋରାପୁଟ। ଭୁବନେଶ୍ବରରୁ ବ୍ରହ୍ମପୁର ସବୁଠି ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟଗୁଡ଼ିକରେ କାମ ଠପ୍। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଓଏଏସ ସଂଘ ଆନ୍ଦୋଳନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ଵର ବ୍ଲକ ଅଫିସ୍, ତହସିଲ ଅଫିସ ଏବଂ BMC ଅଫିସ ସବୁଠି ଅଧିକାରୀଙ୍କ ଚେୟାର ଫାଙ୍କା ପଡିଛି । ଦୂର ଦୂରଦୂରାନ୍ତରୁ ସମସ୍ୟା ନେଇ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି । OAS ସଂଘର ଆନ୍ଦୋଳନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ ।

କୋରାପୁଟ ଜିଲ୍ଲାରେ ବି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ଅବସ୍ଥା ସମାନ । ଅଫିସ ତ ଖୋଲା ରହୁଛି ହେଲେ ବାବୁମାନେ ଆସୁନାହାନ୍ତି । ଲୋକେ ନିରାଶ ହୋଇ ଫେରୁଛନ୍ତି। ବ୍ରହ୍ମପୁର ତହସିଲ କାର୍ଯ୍ୟଳୟରେ ବି ସମାନ ସ୍ଥିତି। ତହସିଲଦାଲ ଓ ଅତିରିକ୍ତ ସହସିଲଦାର ଆସୁନଥିବାରୁ ସବୁ କାମ ଠପ୍ ସମସ୍ୟା ନେଇ ଆସୁଥିବା ଲୋକେ ବି ହେଉଛନ୍ତି ନିରାଶ।

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବନ୍ୟା ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ଓଏଏସ ଅଧିକାରୀ କାମକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ବାକି ଜିଲ୍ଲାଗୁଡ଼ିକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରିଖିବେ। ଜଗନ୍ନାଥ ପ୍ରଧାନ ଗିରଫ, ଅଫିସରଙ୍କୁ ସୁରକ୍ଷା ଓ ବିଏମସି ଅଧିକାରୀଙ୍କୁ ଆକ୍ରମଣ ଘଟଣାର ସରକାର ସାର୍ବଜନୀନ ନିନ୍ଦା କରିବା ଦାବିରେ ଅଡ଼ି ବସିଛି ସଂଘ । ୩ ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଡେଡ୍ ଲାଇନ୍ ଦେଇଛି ଓଏଏସ ସଂଘ ।

ରାଜ୍ୟ ସାରା ସରକାରୀ କାମ ହୋଇନପାରିବା ଯୋଗୁଁ ଲୋକେ ସମସ୍ୟା ଭୋଗୁଥିବା ବେଳେ OAS ସଙ୍ଘର ସେଥିପ୍ରତି ଟିକିଏ ହେଲେ ବି ଖାତିର ନାହିଁ। ନିଜ ଜିଦ ଆଗରେ ଲୋକଙ୍କ କାମ ପ୍ରତି OAS ବାବୁମାନଙ୍କ ପ୍ରତିବଦ୍ଧତା ହୋଇଯାଇଛି ଗୌଣ । ବିଏମସି ଅଧିକାରୀଙ୍କିୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କର ଏହି ଘଟଣାରେ କୌଣସି ପ୍ରତ୍ୟକ୍ଷ ସଂପୃକ୍ତି ଏବେସୁଦ୍ଧା ସାମ୍ନାକୁ ଆସିନାହିଁ । ତେଣୁ ବିନା ତଦନ୍ତରେ କିଭଳି ତାଙ୍କୁ ଗିରଫ କରାଯାଇପାରିବ ।

ଏବେ ପ୍ରଶ୍ନ ଉଠୁଛି ଏ ପ୍ରସଙ୍ଗରେ ସରକାରଙ୍କୁ ବ୍ଲାକମେଲ କରିବା ପାଇଁ ସାମୁହିକ ଛୁଟି କୌଶଳ ଆପଣାଇଛି କି ଓଏଏସ ସଂଘ । ବବୁମାନଙ୍କର ଏହି ଯିଦ ପଛରେ ରହିଛି କି କୌଣସି ରାଜନୈତିକ ଉଦ୍ଦେଶ୍ୟ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is there a political motive behind the OAS's insistence? | Argus News